Categories: ଜାତୀୟ

ଆଶିଷଙ୍କ ଜାମିନ୍‌ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ,୨୬।୭ : ଲଖିମପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରି ଦେଇଥିଲେ। ଜାମିନ ଖାରଜ କରି ସର୍ବୋଚ୍ଚ ଅଦାଲତ ଆଶିଷଙ୍କୁ ଜାମିନ ପାଇଁ ଆହ୍ଲାବାଦ ହାଇକୋର୍ଟରେ ପୁଣି ନୂଆ କରି ଆବେଦନ କରିବାକୁ କହିଥିଲେ। ଏପ୍ରିଲରେ ସୁପ୍ରିମକୋର୍ଟ ଆଶିଷଙ୍କୁ ହାଇକୋର୍ଟରୁ ଦିଆଯାଇଥିବା ଜାମିନକୁ ଖାରଜ କରି ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ।

ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଏଡ଼ାଇ ଦେଇଥିବା ବେଳେ ପୀଡିତାଙ୍କୁ ସବୁ ସ୍ତରରେ ଶୁଣାଣି କରିବାର ଅଧିକାର ରହିଛି ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ। ଏହି ମାମଲାରେ ପୀଡିତାଙ୍କୁ ଶୁଣାଣି କରିବାର ଅଧିକାରକୁ ବଞ୍ଚିତ କରାଯାଇଛି। ଅନେକ ଅପ୍ରାସଙ୍ଗିକ ତଥ୍ୟ ଏବଂ ଅଣଦେଖା ଉଦାହରଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ନିଷ୍ପତ୍ତି ଦେଇଥିଲେ। ହାଇକୋର୍ଟ ଆଶିଷଙ୍କ ଜାମିନ ଆବେଦନକୁ ପୁନର୍ବାର ଶୁଣାଣି କରିଥିଲେ ଏବଂ ଶୁଣାଣି ଶେଷ କରିବା ପରେ ଜୁଲାଇ ୧୫ ରେ ଏହି ଆଦେଶ ସଂରକ୍ଷିତ ରଖିଥିଲେ। ଏହାର ନିଷ୍ପତ୍ତି ପାଇଁ ବିଚାରପତି କୃଷ୍ଣ ପହଲଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପକ୍ଷରୁ ଜୁଲାଇ ୧୬ ତାରିଖ ସ୍ଥିର କରାଯାଇଥିଲା।

ଆଶିଷ ମିଶ୍ର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ। ଆଶିଷ ତାଙ୍କ କାରରେ ଚାଷୀଙ୍କ ଉପରେ ଚଳାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Share