ବାରବାଟୀରେ ଟି ୨୦ ମ୍ୟାଚ ନେଇ ହାଇକୋର୍ଟଙ୍କ ରାୟ

କଟକ ଅଫିସ,୭।୬: କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ହୋଇଛି। ଜୁନ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-୨୦ ମ୍ୟାଚ ହେବାକୁ ଥିବାବେଳେ ମ୍ୟାଚ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। କଟକ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା ସମ୍ପର୍କିତ ମାମଲା ହାଇକୋର୍ଟରେ ଖାରଜ ହୋଇଛି । ଅଗ୍ନି ନିରାପତ୍ତା ନେଇ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟରେ ଅବଗତ କରାଯାଇଛି।
ସୂଚନାଯୋଗ୍ୟ, କଟକ ବାରବାଟୀ ଷ୍ଟାଡିୟମର ସ୍ଥାୟୀତ୍ୱ, ଅଗ୍ନି ନିରାପତ୍ତା ଓ କଡ଼ା ସୁରକ୍ଷା ବ୍ୟବସ୍ଥା ନ ଥିବାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।