ନୂଆଦିଲ୍ଲୀ,୨୭।୨ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ପ୍ରଧାନ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚ କେନ୍ଦ୍ର ସରକାରଙ୍କ ଯୋଜନାକୁ ଅନୁମୋଦନ କରି କହିଛନ୍ତି ଦେଶ ହିତରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସମସ୍ତ ପକ୍ଷର ଶୁଣାଣି ପରେ ଗତ ବର୍ଷ ଡିସେମ୍ବର ୧୫ ରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ପ୍ରତିରକ୍ଷା ସେବାରେ ପୂର୍ବ ନିଯୁକ୍ତି ଯୋଜନା ଅନୁଯାୟୀ ଆବେଦନକୁ ମଧ୍ୟ ବେଞ୍ଚ ଖାରଜ କରିଦେଇଛନ୍ତି। ଏହି ଯୋଜନା ଜାତୀୟ ସ୍ବାର୍ଥରେ ଏବଂ ସଶସ୍ତ୍ର ବାହିନୀର ଦେଶ ସୁରକ୍ଷା କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବାକୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି କୋର୍ଟ କହିଛନ୍ତି।