୨୦ରୁ ହାଇକୋର୍ଟ ଶଟ୍‌ଡାଉନ୍‌

କଟକ ଅଫିସ, ୨୦।୫: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ କରାଯାଇଛି । ଆସନ୍ତା ୨୮ ତାରିଖରୁ ପୁନର୍ବାର ରୋଷ୍ଟର କୋର୍ଟ କାର୍ଯ୍ୟକାରୀ ହେବ। ତେବେ ୨୦ରୁ ୨୭ ତାରିଖ ମଧ୍ୟରେ ରୋଷ୍ଟର କୋର୍ଟରେ ଥିବା ମାମଲାଗୁଡିକୁ ବାତିଲ କରାଯାଇଛି। ମେ’ ୩୧, ଜୁନ୍‌ ୨ ଓ ୪ ତାରିଖରେ ଏହି ମାମଲାର ଶୁଣାଣି କରାଯିବ। ରେଜିଷ୍ଟ୍ରାର(ଜୁଡିସିଆଲ) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ଉପସ୍ଥିତ ହୋଇ ଜରୁରୀ ମାମଲାଗୁଡିକର ବିଚାର ପାଇଁ ଜଣାଇଲେ ବ୍ୟବସ୍ଥା କରାଯିବ। ତେବେ ଆସନ୍ତା ୨୦ରୁ ୨୭ ମଧ୍ୟରେ ଥିବା ଅତିଜରୁରୀ ମାମଲା ସମ୍ପର୍କରେ ଆବେଦନକାରୀ ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କୁ ପୂର୍ବାହ୍ନ ୧୧ରୁ ୧୨ଟା ମଧ୍ୟରେ ମେଲ୍‌(id:ohc.mentionmemos@gmail.com) ଯୋଗେ ଜଣାଇଲେ ତାହା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶାନୁସାରେ ବିଚାର ପାଇଁ ନିଆଯିବ ବୋଲି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

Share