Categories: ଜାତୀୟ

ୟୁନିଫର୍ମ ସିଲାବସ୍‌ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଲେ ହାଇକୋର୍ଟ,ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ସମାନ ପାଠ…

ନୂଆଦିଲ୍ଲୀ, ୨।୫ : ସିବିଏସ୍‌ଇ-ଆଇସିଏସ୍‌ଇ-ରାଜ୍ୟବୋର୍ଡରେ ୟୁନିଫର୍ମ ସିଲାବସ୍‌ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ଲୋଡିଛନ୍ତି। ଏହାର ଜବାବ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଭାଜପା ନେତା ଅଶ୍ୱିନୀ କୁମାର ଉପାଧ୍ୟୟଙ୍କ ପକ୍ଷରୁ ଆବେଦନ କରାଯାଇଥିବା ଏହି ପିଟିଶନର ଶୁଣାଣି କରି କୋର୍ଟ ଏଭଳି କହିଛନ୍ତି।

କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାଙ୍ଘି ଏବଂ ବିଚାରପତି ନବୀନ ଚାଓ୍ବଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ସରକାରଙ୍କୁ ଏସମ୍ପର୍କରେ ଜବାବ ତଲବ କରିଛନ୍ତି।

ଅଶ୍ୱିନୀ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ଶିକ୍ଷା ମାଫିଆଙ୍କ ଯୋଗୁ ୟୁନିଫର୍ମ ସିଲାବସ୍‌ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ସେମାନେ କୋଚିଂରୁ ବହୁ ଟଙ୍କା ରୋଜଗାର କରୁଥିବାରୁ ଏହାକୁ ବିରୋଧ କରୁଛନ୍ତି। ସେ ଉଲ୍ଲେଖ କରିଛନ୍ତି ଶିକ୍ଷା ଅଧିକାରରେ ସମସ୍ତଙ୍କୁ ସମାନ ଶିକ୍ଷା ଅଧିକାର ପ୍ରଦାନ କରାଯିବାକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ।

ଏହି ମାମଲାରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ. ଆଇନ ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ମନ୍ତ୍ରଣାଳୟ, ସିବିଏସ୍‌ଇ, ଆଇସିଏସ୍‌ଇ ଏବଂ ଦିଲ୍ଲୀ ସଚିବାଳୟକୁ ପ୍ରତିପକ୍ଷ କରାଯାଇଛି।

Share