Categories: ଜାତୀୟ

ମାସ୍କ୍‌-ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ହାଇକୋର୍ଟଙ୍କ ତାଗିଦ୍‌, ଆଇନ ସମସ୍ତଙ୍କ ପାଇଁ ସମାନ…

ନୂଆଦିଲ୍ଲୀ, ୧।୬ : ଦିଲ୍ଲୀ ହାଇକୋର୍ଟ ମାସ୍କ୍‌ ଏବଂ ହେଲମେଟ ପିନ୍ଧୁ ନ ଥିବା ପୋଲିସ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ବୁଧବାର ହାଇକୋର୍ଟ କହିଛନ୍ତି ଯେ, ଆଇନ ସମସ୍ତଙ୍କ ପାଇଁ ସମାନ। ଆଇନ ଉପରେ କେହି ନୁହଁନ୍ତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ବିପିନ ସାଙ୍ଘାଇ ଏବଂ ବିଚାରପତି ସଚିତ ଦତ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସମ୍ପୃକ୍ତ ପୋଲିସ ବାବୁମାନେ ମୋଟର ଗାଡ଼ି ଅଧିନିୟମର ଉଲ୍ଲଂଘନ କରିଥିବା କହିଛନ୍ତି।

ସାଧାରଣ ନାଗରିକଙ୍କ ଉପରେ ଲାଗୁ ହେଉଥିବା ଆଇନ ପୋଲିସ ଅଧିକାରୀଙ୍କ ଲାଗି ମଧ୍ୟ ପ୍ରଯୁଜ୍ୟ ହେବ। ଏଥିରେ କୌଣସି ବ୍ୟତିକ୍ରମ ହେବା ଉଚିତ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

ଆଇନଜୀବୀ ଶାଲେନ ଭରଦ୍ୱାଜ ଦିଲ୍ଲୀ ପୋଲିସ କରୋନା ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିବା ନେଇ ପିଟିଶନ ଦାଖଲ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା କରୋନା ମାର୍ଗଦର୍ଶିକାକୁ ଦିଲ୍ଲୀ ପୋଲିସ ଉଲ୍ଲଂଘନ କରୁଥିବା ପିଟିଶନରେ ଉଲ୍ଲେଖ କରାଯାଇଛି।

Share