ହାଇକୋର୍ଟ ଛାଟ, ବଢ଼ିଲା ମୋକିମଙ୍କ ନିର୍ବାଚନୀ ଅଡ଼ୁଆ

କଟକ,୫ା୩(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍‌ଙ୍କ ବିଧାୟକ ପଦକୁ ରଦ୍ଦ କରିଦିଆଯାଇଛି। ସୂଚନା ଦିଆଯାଇପାରେ ଯେ, ସେତେବେଳେ ମୋକିମ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବା ବର୍ତ୍ତମାନର ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ଏ ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଏବର ରାୟ ଅନୁଯାୟୀ ମୋକିମ୍‌ ବର୍ତ୍ତମାନର କଟକ-ବାରବାଟୀ ବିଧାୟକ ନୁହନ୍ତି କିମ୍ବା ପୂର୍ବତନ ବିଧାୟକ ଭାବେ ଅଭିହିତ ହୋଇପାରିବେ ନାହିଁ। ନିର୍ବାଚନକୁ କିଛିଦିନ ଥିବା ବେଳେ ହାଇକୋର୍ଟଙ୍କ ଛାଟ ମୋକିମ୍‌ଙ୍କ ଅଡ଼ୁଆ ବଢ଼ାଇ ଦେବା ସ୍ବାଭାବିକ।
ବିଧାୟକ ପଦ ରଦ୍ଦ ହେବା ପରେ କଟକର ରାଜନୈତିକ ପାଣିପାଗ ରୋଚକ ହେବା ସହ ସାଧାରଣରେ ଏ ନେଇ ଟୁପୁରୁଟାପୁର ଆରମ୍ଭ ହୋଇଯାଇଛି। ଏପରି ରାୟ ଆସିବା ଫଳରେ ଆସନ୍ତା ନିର୍ବାଚନରେ ଦଳ ମୋକିମଙ୍କୁ ଟିକେଟ ଦେବ କି ନାହିଁ କଥା ଉଠିଲାଣି। ଯଦି କଂଗ୍ରେସ ଟିକେଟ୍‌ ଦେବ, ତେବେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭୋଟର କେତେଦୂର ତାଙ୍କ ଉପରେ ଭରସା କରିବେ ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ । ଏଥିସହିତ ଏହା ମଧ୍ୟ ଆଲୋଚନା ହେଉଛି, ବହୁବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତଥ୍ୟ ମାଗିବାରେ ମୋକିମ ସର୍ବଦା ଆଗରେ ରହିଛନ୍ତି। ହେଲେ ନିର୍ବାଚନରେ ନିଜର ଆପରାଧିକ ତଥ୍ୟ ନ ଦେଇ ଲୁଚାଇ ରଖିବା ଯୋଗୁ ସେ ସାଧାରଣରେ ସମାଲୋଚିତ ହୋଇଛନ୍ତି। କେତେ ଜଣ କହିବା ଆରମ୍ଭ କଲେଣି ଯେ, ନିର୍ବାଚନ ସମୟରେ ମୋକିମ ଆପରାଧିକ ତଥ୍ୟ ପ୍ରଦାନ କରିଥିଲେ ହୁଏତ ସାଧାରଣ ଲୋକ ତାଙ୍କୁ ଭୋଟ ନ ଦେଇ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ସେତେବେଳେ ପ୍ରତିଦ୍ୱନ୍ଦୀ ଥିବା ପ୍ରାର୍ଥୀଙ୍କୁ ବିଜୟୀ କରାଇଥାଆନ୍ତେ।
ପ୍ରସଙ୍ଗ ନେଇ ମାମଲା କରିଥିବା ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୧୯ ନିର୍ବାଚନରେ ତାଙ୍କୁ ମିଶାଇ ଅନ୍ୟ ପ୍ରାର୍ଥୀଙ୍କ ସହ ଅନ୍ୟାୟ ହୋଇଛି। ସାଧାରଣ ଲୋକ ଯିଏ ଭୋଟ ଦେଇ ଆମକୁ ବିଜୟୀ କରାଉଛନ୍ତି ସେମାନଙ୍କୁ ତଥ୍ୟ ଲୁଚାଇ ରଖିବା ନିନ୍ଦନୀୟ ଘଟଣା। ବଡ଼ କଥା ହେଉଛି କି ଯାଞ୍ଚ ସମୟରେ ଯେଉଁ ରିଟର୍ନିଂ ଅଫିସର ରହିଥିଲେ ତାଙ୍କ ସହ ମୋକିମ ହୁଏତ ସଲାସୁତରା କରିଛନ୍ତି; ଯେଉଁଥିପାଇଁ ରିଟର୍ନିଂ ଅଧିକାରୀ ସମସ୍ତ ଘଟଣା ଜାଣି ମଧ୍ୟ ତାଙ୍କ ପ୍ରାର୍ଥିପତ୍ର ଖାରଜ କରି ନ ଥିଲେ। ହେଲେ ଏହି ସତ୍ୟ ସାମ୍ନାକୁ ଆଣି ହାଇକୋର୍ଟ ପ୍ରମାଣିତ କରିଛନ୍ତି ବୋଲି ଦେବାଶିଷ କହିଛନ୍ତି। ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନ ପ୍ରଚାର ସମୟରେ ଭୋଟରଙ୍କୁ ସେ ସଚେତନ କରାଇଥିଲେ ଯେ, ମୋକିମ ଜଣେ ଅପରାଧୀ। ତାଙ୍କ ନଁାରେ ବହୁ ମାମଲା ରହିଛି। ହେଲେ ସାଧାରଣ ଲୋକେ ତାଙ୍କୁ ବିଶ୍ୱାସ କରି ନ ଥିଲେ। ଏବେ ଲୋକେ ଠିକ୍‌ ବୁଝି ସାରିଛନ୍ତି। ଏଭଳି କଳଙ୍କିତ ବ୍ୟକ୍ତିଙ୍କୁ ଲୋକେ ଭୋଟ ଦେବା ପୂର୍ବରୁ ବିଚାର କରନ୍ତୁ। ମୋକିମ୍‌ ଆଗାମୀ ନିର୍ବାଚନ ନ ଲିଢିବାକୁ ଭାବିବା ଦରକାର। କାରଣ ସେ ଯଦି ଦୋଷୀ ଓ ପ୍ରକୃତରେ ତାଙ୍କର ଆତ୍ମସମ୍ମାନ ଥିବ, ତେବେ ସେ ନିର୍ବାଚନ ଲଢିବା କଥା ଭାବିବେ ନାହିଁ ବୋଲି ଦେବାଶିଷ କହିଛନ୍ତି।
ମୋକିମ୍‌ କହିଛନ୍ତି, ୨୦୧୯ ଅବଧିରେ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହୋଇସାରିଛି। ୨୦୨୪ ନିର୍ବାଚନ ପାଇ ସେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ନିର୍ବାଚନ ଲଢ଼ି ଉଚିତ ଜବାବ ଦେବେ। ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି। ତେଣୁ ସେ ତାଙ୍କ ଆଇନଜୀବୀଙ୍କ ସହ ପରାମର୍ଶ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବି ବୋଲି ମୋକିମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri