ହାଇକୋର୍ଟଙ୍କ ବଡ଼ ରାୟ: କୋହଳ ହେବ ଡ୍ରାଇଭର ନିଯୁକ୍ତି ବୟସ ସୀମା

ଭୁବନେଶ୍ୱର,୧୭।୧୨: ଓଡ଼ିଶା ପୋଲିସର ବିଭିନ୍ନ ବର୍ଗରେ ବର୍ତମାନ ନିଯୁକ୍ତି ଚାଲିଥିବା ବେଳେ କିଛି ପଦବୀରେ ବୟସସୀମାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ମଙ୍ଗଳବାର ଏକ ମାମଲାର ଶୁଣାଣି କରି କୋର୍ଟ ଡ୍ରାଇଭର ମାନଙ୍କୁ ନିଯୁକ୍ତି ଆଇନ ଚାଲିଥିବା ପ୍ରକ୍ରିୟାରେ ବୟସସୀମା କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ କାରଣରୁ ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଯାହାର ଶୁଣାଇ କରି କୋର୍ଟ ଏହି ରାୟ ଦେଇଛନ୍ତି। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ନିଯୁକ୍ତି ବିଜ୍ଞପ୍ତି, ପରେ ଜୁଲାଇ 2024ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି।

ଏହି ନିଯୁକ୍ତି ପ୍ରକ୍ରିୟାରେ ୪୦୫ଟି ପୋଲିସ ଡ୍ରାଇଭର ପଦବୀ ପୁରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ତେବେ ଏହି ପଦବୀରେ ନିଯୁକ୍ତି ପାଇଁ ୦୧/୦୧/୨୪ ସୁଦ୍ଧା ସର୍ବାଧିକ ବୟସ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାକୁ ନେଇ ଆନେକ ଆଶାୟୀ ନିରାଶ ହୋଇଥିଲେ। ଯେଉଁମାନେ ଦୀର୍ଘଦିନ ଧରି ଏହି ନିଯୁକ୍ତି ପାଇଁ ଅପେକ୍ଷା କରିଛନ୍ତି। ତେବେ ବୟସସୀମା ଅତିକ୍ରମ କରିଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ  ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ...

ଆଗାମୀ ୫ ଦିନ ଏସମସ୍ତ ଜିଲାରେ ବର୍ଷା, ଜାରିହେଲା ଚେତାବନୀ

ଭୁବନେଶ୍ୱର,୧୭।୧୨: ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏ ନେଇ...

ସମୟ ସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ୍: ମନ୍ତ୍ରୀ

ଭୁବନେଶ୍ୱର, ୧୭।୧୨: ରାଜ୍ୟରେ ବିଭିନ୍ନ ସ୍ଥାନରେ ଠିକାଦାରମାନେ କାର୍ଯ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସମୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମଙ୍ଗଳବାର...

ଏମ୍ସକୁ ଦେହ ଭଲ କରିବାକୁ ଯାଇଥିଲେ, ହେଲେ ମିଳିଳା ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୧୭।୧୨: ଭୁବନେଶ୍ୱର ଏମ୍ସ ଅର୍ଥୋପେଡିକ ୱାର୍ଡ ଭିତରେ ଜଣେ ରୋଗୀଙ୍କ ସନ୍ଦେହ ଜନକ ମତ୍ୟୁ ଘଟିଛି। ବେଡ ଉପରେ ଲାଗିଥିବା ଫ୍ୟାନରୁ ରୋଗୀଙ୍କ ଝୁଲନ୍ତା ଅବସ୍ଥାରେ...

ମହାନଦୀରେ ଭାସୁଛି ରେଭେନ୍ସାର ପୂର୍ବତନ ପ୍ରଫେସରଙ୍କ ମୃତଦେହ 

କଟକ,୧୭।୧୨: ମହାନଦୀରେ ଭାସୁଛି ପୂର୍ବତନ ପ୍ରଫେସରଙ୍କ ମୃତଦେହ। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ରେଭେନ୍ସାର ପୂର୍ବତନ...

ସାବାଡ଼ ହେବେ ଶିକାରୀ: ଡେବ୍ରିଗଡ଼ରେ ଲାଗିବ ସ୍ପାଏ କ୍ୟାମେରା

ଭୁବନେଶ୍ୱର,୧୭।୧୨: ସାବାଡ଼ ହେବେ ଶିକାରୀ। ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲାଗିବ ସ୍ପାଏ କ୍ୟାମେରା। ଏନେଇ ବନ ବିଭାଗ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ...

ବଡ଼ଦିନରେ ମଦ ବିକ୍ରି ବନ୍ଦ କରାଯାଉ

ଜୟପୁର,୧୭ା୧୨(ପବନ ପାଣିଗ୍ରାହୀ): ଜୟପୁର ପୌରାଞ୍ଚଳର ୫ ନମ୍ବର ଓ୍ବାର୍ଡର କାଉନ୍‌ସିଲର ବିଭିନ୍ନ ଦାବି ନେଇ କୋରାପୁଟ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ଆକାବରମ୍‌ ଶସ୍ୟା ରେଡ୍ଡୀଙ୍କୁ ଦାବିପତ୍ର...

ପାରଦ ୧ ଡିଗ୍ରୀକୁ ଖସିଲା

ବାରିପଦା,୧୭ା୧୨ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେବାରୁ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତର ଲହର ବୃଦ୍ଧି ପାଉଥିବାରୁ ହାଡ଼ଭଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri