କଟକ,୧୩ା୭(କାର୍ତ୍ତିକ ସାହୁ): କଟକ ପରିବାର ଅଦାଲତରେ ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲାର ରାୟ ପ୍ରକାଶ ୩ ମାସ ମଧ୍ୟରେ କରିବାକୁ ହାଇକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ପରିବାର ଅଦାଲତରେ ମାମଲାର ଶୁଣାଣି ବିଳମ୍ବ ହେଉଥିବା ଦର୍ଶାଇ ଅନୁଭବଙ୍କ ପକ୍ଷରୁ ଆଗତ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର୍ଙ୍କ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୁଲାଇ ୩୧ ସୁଦ୍ଧା ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଶେଷ କରିବାକୁ ମଧ୍ୟ କଟକ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, କଟକ ପରିବାର ଅଦାଲତରେ ଅନୁଭବ-ବର୍ଷାଙ୍କ ଛାଡ଼ପତ୍ର ମାମଲାର ବିଳମ୍ବ ହେଉଥିବା ଦର୍ଶାଇ ମାମଲାକୁ ଖୋର୍ଦ୍ଧା ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା।