ରାଜ୍ୟ ଭାଜପା କାର୍ଯ୍ୟାଳୟରେ ହଟ୍ଟଗୋଳ: ଅପରାଜିତାଙ୍କୁ ବିରୋଧ, ପ୍ରଶାନ୍ତଙ୍କ ବଡ଼ ବୟାନ

ଭୁବନେଶ୍ୱର,୩୦।୩: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ହାଇଡ୍ରାମା । ଦଳୀୟ କର୍ମୀଙ୍କ ମଧ୍ୟରେ ହଟ୍ଟଗୋଳ। । ଖୋର୍ଦ୍ଧା ଭାଜପା ନେତା କାଳୁ ଖଣ୍ଡାୟତ ରାୟଙ୍କ ବିରୋଧ ପ୍ରଦର୍ଶନ । ଜୟ ଶ୍ରୀରାମ ନାରା ଦେଇ କାଳୁଙ୍କ ସମର୍ଥକ ପାର୍ଟି ଅଫିସରେ ହୋହଲ୍ଲା କରିଛନ୍ତି । ଖୋର୍ଦ୍ଧା ଅଞ୍ଚଳରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ନ ଦେବାକୁ ଦାବି କରି ବିରୋଧ କରିଛନ୍ତି ଭାଜପା କର୍ମୀ । ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ନାରାବାଜି କରିଛନ୍ତି । ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେଲେ ହଜାର ହଜାର ଭାଜପା କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି କହିଛନ୍ତି ।

ଗତକାଲି ଅର୍ଥାତ୍‌ ଶୁକ୍ରବାର ରାତିରେ ଖୋର୍ଦ୍ଧା ଉପକଣ୍ଠ ମଳିପଡା ସ୍ଥିତ ଭାଜପା ପାର୍ଟି ଅଫିସରେ ହଙ୍ଗାମା କରିଥିଲେ ଭାଜପାର ପୂର୍ବତନ ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତ ରାୟଙ୍କ ସମର୍ଥକ । ସେପଟେ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସି ଉତ୍ତେଜନାକୁ ଶାନ୍ତ କଲେ ପ୍ରଶାନ୍ତ ଜଗଦେବ । ସେହି ସମୟରେ ସେ କହିଛନ୍ତି, ନିର୍ବାଚନ ଲଢିବାକୁ ସେ ଭାଜପାରେ ସାମିଲ ହୋଇନାହାନ୍ତି । ଜଣେ ସୈନିକ ଭାବେ କାମ କରିବେ । କାଳୁ ଖଣ୍ଡାୟତଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ବୋଲି ସେ କହିଛନ୍ତି । କିନ୍ତୁ ଯଦି ଦଳ ତାଙ୍କୁ ପ୍ରାର୍ଥୀ କରେ ତେବେ ସେ ନିର୍ବାଚନ ଲଢିବେ ।

Share