ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।

ତେବେ ସୂଚନା ଅନୁସାରେ ରବିବାର ଦିନ ସାଢ଼େ ୧୧ଟାରେ ଓଡ଼ିଶାରେ ପହଞ୍ଚିବେ ରାହୁଲ।
ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ହେଲିକପ୍ଟରରେ ସତ୍ୟଭାମାପୁର ଗସ୍ତ କରିବେ। ପରେ ସାଲେପୁର ଯାଇ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ୧୨ଟା ୪୫ରେ ସାଲେପୁରରେ ସାଧାରଣ ସଭାରେ ଯୋଗଦେବେ।
ସେହିପରି ଜେ.ପି ନଡ୍ଡା ମଧ୍ୟ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ବରରେ ପହଞ୍ଚିବେ। ଭୁବନେଶ୍ବର ବିମାନ ବନ୍ଦରରୁ ସିଧା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଯିବେ। ଏହାପରେ ସଂଧ୍ୟା ୫ଟାରେ ଆମ୍ବପୁଆରେ ସାଧାରଣ ସଭାରେ ଯୋଗ ଦେବେ। ପରେ ସଂଧ୍ୟା ୬ଟା ୪୫ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ସେଠାରେ ସେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର, କୋରାପୁଟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ।