ହୋଟେଲରେ ଚାଲିଥିଲା ହାଇ ପ୍ରୋଫାଇଲ ଜୁଆଖେଳ, ୧୨ ଗିରଫ

ରାଉରକେଲା ଅଫିସ,୧୯ା୧୨: ଇସ୍ପାତ ସହରସ୍ଥିତ ଏକ ହୋଟେଲରେ ହାଇ-ପ୍ରୋଫାଇଲ ଜୁଆ ଖେଳ ଚାଲିଥିବା ବେଳେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ଅତର୍କିତ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଶୁଭକାନ୍ତ ବେହେରା, ସରୋଜ ଅଗ୍ରୱାଲ, ରାଜୁ ଅଗ୍ରୱାଲ, ପିତର ଖେସ, ଲଖନ ମିଞ୍ଜ, ଦିନେଶ ଜୟସଓ୍ବାଲ, ପରେଶ ସାହୁ, ସୁଧୀର କେଡ଼ିଆ, ଶଙ୍କରଲାଲ ସାହୁ, ଧର୍ମେନ୍ଦ୍ର ଶର୍ମା, ନାଗରମଲ ଅଗ୍ରୱାଲ ଓ ବିଜୟ ବେହେରା। ଏମାନଙ୍କ ଠାରୁ ୨ଟି କାର୍‌, ୫ଟି ବାଇକ ଓ ୧୫ଟି ମୋବାଇଲ ଜବତ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବେଶ କିଛି ଦିନ ଏହି ହୋଟେଲରେ ଜୁଆ ଖେଳ ହେଉଥିଲା। ସନ୍ଧ୍ୟା ହେବା ମାତ୍ରେ ହୋଟେଲରେ ପହଞ୍ଚି ଯାଉଥିଲେ ଜୁଆଡ଼ି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୁଆ ଖେଳରେ ମସଗୁଲ ରହୁଥିଲେ। ଶୁକ୍ରବାର ରାତିରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ ହୋଇଥିଲା। ସହରର ଏକାଧିକ କ୍ଲବ, ହୋଟେଲରେ ଜୁଆ ଖେଳକୁ ପ୍ରଶୟ ଦିଆଯାଉଥିବା ଅଭିଯୋଗ ହେଉଛି।