ଶିକ୍ଷକ ବଦଳି ପ୍ରତିବାଦରେ ହାଇସ୍କୁଲରେ ତାଲା

ଅମରପାଲି,୨୭।୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ହାଇସ୍କୁଲରେ ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଫାଟକରେ ତାଲା ମାରି ପ୍ରତିବାଦ କରିଛନ୍ତି ଛାତ୍ରୀଛାତ୍ର ଓ ଅଭିଭାବକ। ଅଭିଯୋଗ ଅନୁସାରେ ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡାଙ୍କ ନାମରେ ଛଅ ଜଣ ଛାତ୍ରୀ ଜାତିଆଣ ଅଭିଯୋଗ କରିଥିଲେ। ଏନେଇ ସେମାନେ ବିଇଓଙ୍କୁ ଜଣାଇବା ସହିତ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ମୋ ପାଇଁ ସବୁ ଛାତ୍ରୀଛାତ୍ର ସମାନ ବୋଲି ପ୍ରକାଶ କରିଛନ୍ତି ଶିକ୍ଷକ ସୁରେଶ ପଣ୍ଡା। ଏବେ ସଂପୃକ୍ତ ଶିକ୍ଷକଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି କରାଯାଇଛି। ଶିକ୍ଷକ ପଣ୍ଡା ଜଣେ କର୍ତ୍ତବ୍ୟନିଷ୍ଠା ଓ ତାଙ୍କ ନାମରେ ହୋଇଥିବା ଅଭିଯୋଗ ଉଦ୍ଦେଶ୍ୟ ମୂଳକ ଭାବରେ ହୋଇଥିବା ଅଭିଯୋଗ କରିଛନ୍ତି ଅନ୍ୟ ସମସ୍ତ ଛାତ୍ରୀଛାତ୍ର, ଅବିଭାବକ ଓ ପରିଚାଳନା କମିଟୀର ସଦସ୍ୟ। ତେଣୁ ଉକ୍ତ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଛାତ୍ରୀଛାତ୍ର ଓ ଅବିଭାବକ ଦାବି କରି ଏହି ବନ୍ଦ କରିଛନ୍ତି।

ସୁଚନାଯୋଗ୍ୟ ୧୯୯୦ ମସିହାରେ ସ୍ଥାପିତ ହୋଇଥିବା ଉକ୍ତ ହାଇସ୍କୁଲରେ ଏବେ ଅଷ୍ଟମ ଓ ନବମ ଶ୍ରେଣୀ ରହିଛି। ଏହି ଦୁଇ ଶ୍ରେଣୀରେ ପ୍ରାୟ ୧୬୫ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏମାନଙ୍କୁ ପଢାଇବା ପାଇଁ ବର୍ତ୍ତମାନ ଏହି ସ୍କୁଲରେ ମାତ୍ର ତିନି ଜଣ ଶିକ୍ଷକ ଅଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳୀ ମିଶ୍ର ଚଳିତ ୩୦ ତାରିଖରେ ଅବସର ଗ୍ରହଣ କରିବେ। ଦୁଇ ଜଣ ଶିକ୍ଷକରେ ପାଠ ପଢାସେ ବ୍ୟାଘାତ ଦେଖାଦେବ। ଏବେ ପୁଣି ସ୍କୁଲର ବିଜ୍ଞାନ ଶିକ୍ଷକ ସୁରେଶ ପଣ୍ଡାଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି ହୋଇଛି। ଫଳରେ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍କୁଲରେ ସମସ୍ତ ବିଷୟ ପାଠ ପଢାଇବା ପାଇଁ ଏବେ ଶିକ୍ଷକ ନ ଥିବା ବେଳେ ଉକ୍ତ ସ୍କୁଲରୁ ଜଣେ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରିବା ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଖେଳଘର ସଦୃଶ ହୋଇଛି ବୋଲି ଅଭିଭାବକ ପ୍ରକାଶ କରିଛନ୍ତି।

ସ୍କୁଲ ଫାଟକରେ ତାଲା ମାରି ଫାଟକ ଆଗରେ ଛାତ୍ରୀଛାତ୍ର , ଅବିଭାବକ ଓ ସ୍କୁଲ ପରିଚାଳନା କମିଟୀର ସଦସ୍ୟ ନାରାବାଜି କରିଛନ୍ତି। ଫଳରେ ସ୍କୁଲ ଭିତରକୁ ଶିକ୍ଷକମାନେ ଯାଇ ନ ପାରି ବାହାରେ ବସି ରହିଥିଲେ। ଖବର ପାଇ ବିଇଓଙ୍କ ନିର୍ଦ୍ଦେଶରେ ଏବିଇଓ ବାର୍ଣ୍ଣା ଡୁଙ୍ଗଡୁଙ୍ଗ, ସିଆରସିସି ମନରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା,ଥାନା ଅଧିକାରୀ ଶୋଭାକର ସେଟ ସ୍କୁଲକୁ ଯାଇ ଛାତ୍ରୀଛାତ୍ର ଓ ଅବିଭାବକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ବଦଳି ହୋଇଥିବା ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ। ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାର କୌଣସି ଫଳ ବାହାରି ପାରି ନ ଥିଲା। ଫଳରେ ସ୍କୁଲ ଫାଟକରୁ ତାଲା ଖୋଲା ଯାଇପାରିନାହିଁ। ଏନେଇ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାରଙ୍କୁ ପଚାରିବାରୁ ସଂପୃକ୍ତ ଶିକ୍ଷକଙ୍କ ନାମରେ ଅଭିଯୋଗ ହୋଇଥିବାରୁ ତାଙ୍କୁ ଜଟେସିଂହା ହାଇସ୍କୁଲକୁ ବଦଳି ହୋଇଛି ଏବଂ ତାଙ୍କ ସ୍ଥାନରେ ଜଟେସିଂହା ହାଇସ୍କୁଲର ଶିକ୍ଷକ ଗୁରୁଦତ୍ତ ମିଶ୍ରଙ୍କୁ ବାଗବର ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି। ମାତ୍ର ଛାତ୍ରୀଛାତ୍ର ଓ ଅବିଭାବକ ସୁରେଶ ପଣ୍ଡାଙ୍କ ବଦଳି ପ୍ରତ୍ୟାହର ଦାଦି କରୁଛନ୍ତି ବୋଲି ପ୍ରକାଶ କରିବା ସହିତା ସ୍କୁଲ ଖୋଲିବା ନେଇ ଆମେ ଆଲୋଚନା କରୁଛୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ପାଠ ପଢାକୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାଦି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୋରାପୁଟ,୨୭ା୯: କୋରାପୁଟ ଜିଲା କୁନ୍ଦୁରା ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଯନ୍ତ୍ରୀ ଭାନୁମତୀ ଟୁଡୁ ଜଣେ ଠିକାଦାରଙ୍କଠାରୁ ୫ ହଜାର ଟଙ୍କା...

ପାଇନ୍‌ ବଣରୁ ମିଳିଲା ଶହ ଶହ କାଚ ବୋତଲ, ଚିନ୍ତାରେ ପରିବେଶବିତ୍‌

ଦାରିଙ୍ଗବାଡ଼ି,୨୭ା(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର...

ହଷ୍ଟେଲରୁ ମିଳିଲା ଫାର୍ମାସୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ଼ ନୋଟରେ…

ବ୍ରହ୍ମପୁର,୨୭।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ପୋଲିସ ଶୁକ୍ରବାର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ମୃତକ ଜଣଙ୍କ ପୁରୀ ଜିଲା କୃଷ୍ଣପ୍ରସାଦ...

ଭକ୍ତଙ୍କୁ ପଞ୍ଚଲିଙ୍ଗେଶ୍ୱର ମନା 

ନୀଳଗିରି,୨୭।୦୯(ପ୍ରଶାନ୍ତ କୁମାର ବିଶ୍ବାଳ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ବର୍ଷାର ପ୍ରଭାରେ ଧନ ଜୀବନ ଅସ୍ତବ୍ୟସ୍ତ  ହୋଇପଡ଼ିଛି। ଲଗାଣ ବର୍ଷାରେ ଉତ୍ତର ଓଡ଼ିଶାର...

ବିଶ୍ୱ ପର୍ଯ୍ୟଟନ ଦିବସ: ସଫେଇ କାର୍ଯ୍ୟକ୍ରମରେ ସାମିଲ ହେଲେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା-ପ୍ରଶାସନ

ଦାରିଙ୍ଗବାଡି,୨୭।୯(ଅରୁଣ ସାହୁ): ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ଏଥିପାଇଁ ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡିର...

କଳାହାଣ୍ଡି ବିଜୟୀ, ଦ୍ୱିତୀୟ ମ୍ୟାଚ୍‌ରେ ବର୍ଷା ବାଧା

ବରଗଡ଼, ୨୭।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆୟୋଜନରେ...

ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା

ଅମରପାଲି,୨୭।୯(ପୀତାମ୍ବର ସାହୁ):ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲ ଚାରି ଗ୍ରାମର ମହିଳା। ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ...

ଜୈବିକ ଚାଷର ପ୍ରଣାଳୀ ଶିଖିଲେ ଛାତ୍ରୀ

ଦାରିଙ୍ଗବାଡି, ୨୭।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖିଲେ ଜୈବିକ ଚାଷର ପ୍ରଣାଳୀ ଓ ପଦ୍ଧତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri