Categories: ବାଣିଜ୍ୟ

୩ ବର୍ଷରେ ସବୁ ଗାଁ କୁ ହାଇସ୍ପିଡ୍‌ ଇଣ୍ଟରନେଟ: ମୋଦି

ନୂଆଦିଲ୍ଲୀ: ମୋବାଇଲ ମାନୁଫାକଚରିଂ କ୍ଷେତ୍ରରେ ଭାରତ ସାରା ବିଶ୍ୱରେ ଏକ ପ୍ରମୁଖ ସ୍ଥଳ ହୋଇପାରିଛି। ସାରା ଦେଶରେ ଡିଜିଟାଲ ଅର୍ଥ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ଲାଗି ସରକାର ଏବେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମ୍‌ସି) ୨୦୨୦କୁ ଭିଡିଓକନଫରେନ୍ସ ଯୋଗେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ ପୁଣି କହିଛନ୍ତି, ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଆପ୍ଲିକେଶନ ବଜାର ଏବଂ ମୋବାଇଲ ଟାରିଫ୍‌ ନିମ୍ନରେ ରହିଛି। ଆଗାମୀ ୩ ବର୍ଷରେ ସମଗ୍ର ଦେଶର ସବୁ ଗାଁକୁ ହାଇସ୍ପିଡ୍‌ ଇଣ୍ଟରନେଟ ସୁବିଧା ପହଞ୍ଚିବ ବୋଲି ମୋଦି ମତବ୍ୟକ୍ତ କରିଛନ୍ତି। ଇଲେକ୍‌ଟ୍ରୋନିକ୍ସ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ଦିଗରେ ଶିଳ୍ପକ୍ଷେତ୍ର ଚିନ୍ତାକରୁ ବୋଲି ମୋଦି ଆହ୍ବାନ ଜଣାଇଛନ୍ତି। ସେହିଭଳି ୫ଜିକୁ ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରାଇ ଦେଶବାସୀଙ୍କୁ ସଶକ୍ତ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମୋବାଇଲ ଯୋଗୁ ବିଭିନ୍ନ ସୁବିଧାକୁ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ନିକଟକୁ ପହଞ୍ଚାଇବା ଦିଗରେ ସୁବିଧା ହେଉଛି। ମୋବାଇଲ ଟେକ୍ନୋଲୋଜି ଦ୍ୱାରା ମହାମାରୀ ସମୟରେ ମଧ୍ୟ ଲୋକଙ୍କ ନିକଟରେ ସେବା ଉପଲବ୍ଧ କରାଇବା ସହଜ ହୋଇପାରିଲା ବୋଲି ସେ ମତ ରଖିଛନ୍ତି। ଏକାଠି ମିଳିତ ହୋଇ ଭାରତକୁ ଟେଲିକମ୍‌ ଯନ୍ତ୍ରାଂଶ, ଡିଜାଇନ, ବିକାଶ ଏବଂ ମାନୁଫାକଚରିଂ କ୍ଷେତ୍ରରେ ଏକ ହବ୍‌ ଭାବେ ବିକଶିତ କରିବାକୁ ସେ ଆହ୍ବାନ ଜଣାଇଛନ୍ତି।

Share