Categories: ଜାତୀୟ

ମୋଦିଙ୍କୁ ମିଳିବ ଟ୍ରମ୍ପଙ୍କ ଭଳି ସୁବିଧା

ନୂଆଦିଲ୍ଲୀ,୨୧।୮: ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ବିମାନ ଯାତ୍ରାକୁ ସୁରକ୍ଷିତ କରିବାକୁ ଆସନ୍ତା ସପ୍ତାହରେ ହାଇସିକ୍ୟୁରିଟି ଥିବା ବିମାନ ଦେଶରେ ଲ୍ୟାଣ୍ଡ କରିବାର ଯୋଜନା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳୁଥିବା ଏୟାର ଫୋର୍ସ ଓ୍ବାନ ଭଳି ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ଏୟାର ଇଣ୍ଡିଆ ଓ୍ବାନରେ ସମାନ ସୁବିଧା ମିଳିବାକୁ ଯାଉଛି। ମିଳିଥିବା ସୂଚନାରୁ ଜଣାପଡିଛି ଭାରତ ଆମେରିକାଠାରୁ ଦୁଇଟି ବୋଇଂ-୭୭୭ ବିମାନ କ୍ରୟ କରିଛି। ଏଥିମଧ୍ୟରୁ ଗୋଟିଏ ଆସନ୍ତା ସପ୍ତାହରେ ଓ ଅନ୍ୟଟି ବର୍ଷର ଶେଷ ସୁଦ୍ଧା ପହଞ୍ଚିବ। ଏୟାର ଇଣ୍ଡିଆ ଓ୍ବାନରେ ମିଶାଇଲ ଡିଫେନ୍ସ ସିଷ୍ଟମ ରହିଛି। ଏହାକୁ ବାୟୁସେନାର ଯବାନ ଉଡାଇବେ। ଏହାର ରକ୍ଷଣାବେକ୍ଷଣ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସ ଲିମିଟେଡ ଦ୍ୱାରା କରାଯିବ।

Share