ହାଇ-ଟେକ୍‌ ମହାକାଶଯାନ

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଏକ ମହାକାଶଯାନ ପ୍ରସ୍ତୁତ କରିଛି। ଏହି ଯାନରୁ ମଙ୍ଗଳ ଗ୍ରହ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିହେବ ବୋଲି ‘ନାସା’ ପକ୍ଷରୁ ସୂଚନା ଦିଆଯାଇଛି। ଖାସ୍‌ କଥା ହେଲା ଏହି ମହାକାଶଯାନ ଉପରେ ବାୟୁମଣ୍ଡଳର କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ। କେବଳ ସେତିକି ନୁହେଁ, ଏକ ସୁଇଚ୍‌ ଦ୍ୱାରା ଏହାର ବାହ୍ୟ ଆବରଣକୁ ନିୟନ୍ତ୍ରଣ କରିହେବ। ଅଥାତ୍‌, ପରିସ୍ଥିତିକୁ ଅନୁଧ୍ୟାନ କରି ଏହାର ଆକାରକୁ ସଙ୍କୋଚନ କରାଯାଇପାରିବ ଏବଂ ପରବର୍ତ୍ତୀ ସମୟରେ ତାହାକୁ ବୃଦ୍ଧି କରାଯାଇ ଏହାର ପ୍ରକୃତ ଆକାରକୁ ଅଣାଯାଇପାରିବ। ଉକ୍ତ ନୂଆ ମହାକାଶଯାନକୁ ‘ହାଇପରସୋନିକ ଏରିୟୋଡାଇନାମିକ୍‌ ଡିସିଲିଟର’ ନାମରେ ନାମିତ କରାଯାଇଛି।