ପଶ୍ଚିମ ଓଡ଼ିଶାରେ ଥମୁନି ତାତି, ରେକର୍ଡ କଲା ବୌଦ୍ଧ,ସୋନପୁର

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁ ଉପକୂଳରେ ତାତି କମିଛି। ହେଲେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି । ଗୁରୁବାର ରାଜ୍ୟର ୫ଟି ସହରରେ ୪୨ ଡିଗ୍ରୀରୁ ଅଧିକ ତାପମାତ୍ରା ରହିଥିବା ବେଳେ ୧୩ଟି ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି। ବୌଦ୍ଧ ଏବଂ ସୋନପୁର ୪୩ ଡ଼ିଗ୍ରୀ ଦିନ ତାପମାତ୍ରା ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀରରେ ୪୨.୫ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ , ଝାରସୁଗୁଡାରେ ୪୨ ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରରେ ୩୬.୨ ଏବଂ କଟକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Share