Categories: ଜାତୀୟ

ଯାତ୍ରୀବାହି ବସ ଉପରେ ଛିଡି ପଡିଲା ହାଇ ଟେନସନ ତାର, ଅନେକେ ମୃତ୍ୟୁ ଆଶଙ୍କା

ଗାଜିପୁର,୧୧।୩: ସୋମବାର ଉତ୍ତରପ୍ରଦେଶର ଗାଜିପୁରରେ ଏକ ବଡ଼ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହି ବସ ଉପରେ ହାଇ ଟେନସନ ତାର ପଡ଼ିଯିବା ପରେ ଉକ୍ତ ବସରେ ନିଆଁ ଲାଗିଯାଇଥିଲା। ବସରେ ଯାତ୍ରା କରୁଥିବା ଅନେକ ଲୋକଙ୍କର ମୃତ୍ୟୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ଘଟଣାଟି ମରହଦ ପୋଲିସ ଷ୍ଟେଶନ ଅଞ୍ଚଳର ମହାହାର ଧାମ ନିକଟରେ ଘଟିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବିଷୟରେ ଅବଗତ ହୋଇଛନ୍ତି ଏବଂ ଅଧିକାରୀମାନଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବସରେ ଏକ ବିବାହ ପାଇଁ ବରଯାତ୍ରୀ ଯାଉଥିଲେ। ତେବେ ଏହି ବସ କେଉଁଠୁ ଆସୁଥିଲା ଏବଂ କେଉଁଠାକୁ ଯାଉଥିଲା। ନିକଟରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଜଣେ ଶିଶୁକୁ ଉଦ୍ଧାର କରାଯାଇପାରଛି। ବସରେ ଅନେକ ଲୋକ ଥିଲେ।

Share