ହାଇଆଲର୍ଟ: ତୁରନ୍ତ କାବୁଲ ବିମାନ ବନ୍ଦର ଛାଡ଼ି ଚାଲି ଯାଆନ୍ତୁ

ଓ୍ବାଶିଂଟନ,୨୬।୮: ଆଫଗାନିସ୍ତାନର ରାଜଧାନୀ କାବୁଲ ବିମାନ ବନ୍ଦରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। ଏଣୁ ତୁରନ୍ତ ବିମାନ ବନ୍ଦର ଛାଡ଼ି ଚାଲିଯାଆନ୍ତୁ। ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ସେମାନଙ୍କ ନାଗରିକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି।

କାବୁଲ ତାଲିବାନ୍‌ ନିୟନ୍ତ୍ରଣକୁ ଚାଲିଯିବା ପରେ ଅଗଷ୍ଟ ୧୫ରୁ ଆମେରିକା ନେତୃତ୍ୱରେ ବିମାନ ଯୋଗେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥି ଯୋଗୁ ପ୍ରାୟ ୯୦ ହଜାର ଆଫଗାନ ଓ ବିଦେଶୀ ନାଗରିକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇଛି।

ବିମାନ ବନ୍ଦର ବାହାରେ ପ୍ରବଳ ସଂଖ୍ୟାରେ ଲୋକ ଭିଡ଼ ଲଗାଇଛନ୍ତି। ଯେ କୌଣସି ମତେ ଦେଶ ଛାଡ଼ି ଚାଲି ଯିବାକୁ ଉଦ୍ୟମ କରୁଛନ୍ତି ଆଫଗାନ ନାଗରିକମାନେ। ଏଭଳି ସ୍ଥିତି ଯୋଗୁ ଯଥା ଶୀଘ୍ର ଉଦ୍ଧାର କାର୍ଯ୍ୟ ଶେଷ କରି ସେନାକୁ ଫେରାଇ ଆଣିବାକୁ ଚାହୁଁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିସାରିଛନ୍ତି।

Share