ସୂର୍ଯ୍ୟମନ୍ଦିର ପରିସରରେ ଫୁଟେ ଉଚ୍ଚର ପାଣି, ପର୍ଯ୍ୟଟକ ହନ୍ତସନ୍ତ

କୋଣାର୍କ,୨୬ା୯: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିସରରେ ଫୁଟେ ଉଚ୍ଚର ପାଣି ଜମିରହିଛି। ଫଳରେ କୋଣାର୍କ ବୁଲିବାକୁ ଆସିଥିବା ଶହଶହ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି। ପମ୍ପ୍‌ସେଟ୍‌ ଲଗାଇ ପାଣି ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି।

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ପୁରୀ ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ପ୍ରବଳ ବର୍ଷା ହେଉଥିବାର ଛୁଟି ଘୋଷଣା ହୋଇଛି।

ତେବେ ଆଜି ବୌଦ୍ଧ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଉଭୟ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଦୁଇ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏ ନେଇ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ଅବଗତ କରାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ୨୧ ଜିଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ 

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି...

IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଚେୟାରମ୍ୟାନ୍

କଟକ,୨୭ା୯: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର। ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ...

କୋର୍ଟଙ୍କ ଆଦେଶକୁ ଅବମାନନା: ମେଜରଙ୍କ ବାନ୍ଧବୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ମାଡ଼ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ପୀଡ଼ିତା ଯେଉଁ ମହିଳା ପୋଲିସଙ୍କ...

ଯୁବତୀ-ମହିଳାଙ୍କୁ ଟାର୍ଗେଟ୍‌ କରି ଲୁଟୁଥିଲେ ସୁନା ଚେନ୍‌, ୪ ଜଣଙ୍କୁ ବାନ୍ଧିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୨୭ା୯: ବାଇକ୍‌ରେ ଆସି କଟକ, ଭୁବନେଶ୍ୱରର ଯୁବତୀ ଏବଂ ମହିଳାଙ୍କୁ ଟାର୍ଗେଟ୍‌ କରି ସୁନା ଚେନ୍‌ ଲୁଟୁଥିଲେ। ଏହି ଲୁଟେରା ଗ୍ୟାଙ୍ଗର ମୁଖ୍ୟ ସହ ୪...

ଭରତପୁର ଥାନା ଘଟଣା: ଆଉ ୩ ଜଣଙ୍କ ହେବ…

ଭୁବନେଶ୍ୱର,୨୭।୯: ଭରତପୁର ଥାନା ଘଟଣାରେ ଆଉ ୩ ଜଣଙ୍କ ପଲିଗ୍ରାଫ ଟେଷ୍ଟ ହେବ। ନିଲମ୍ବିତ ଥାନା ଅଧିକାରୀଙ୍କ ସହ ୩ ମହିଳା କର୍ମଚାରୀଙ୍କ ଏହି  ଟେଷ୍ଟ...

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ୫ ଜିଲାକୁ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର,୨୭ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଗଜପତି ଏବଂ ଗଞ୍ଜାମ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ସହକାରୀ ଯନ୍ତ୍ରୀ, ଠିକାଦାରଙ୍କଠାରୁ ନେଉଥିଲେ…

କୁନ୍ଦୁରା,୨୭ା୯(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭାନୁମତୀ...

‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପାଇ ନ ଥିବା ମହିଳାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର,୨୭।୯: ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ବଡ଼ ଖବର। କେଉଁ ଦିନ ସୁଭଦ୍ରା ସହାୟତା ମିଳିବ ସେନେଇ ଆଜି ତାରିଖ ଆସିପାରେ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri