ଭୁବନେଶ୍ୱର,୧୧।୪ (ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା ନିର୍ଦ୍ଦେଶ ରହିଛି
ସୂଚନାଯୋଗ୍ୟ, ବ୍ଲାକମେଲିଂ ଓ ଆର୍ଥିକ ହେରଫେର୍ ମାମଲାରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ମଧ୍ୟ ଜାମିନ ମିଳିଥିଲା। ତାଙ୍କୁ ହାଇକୋଟ ସର୍ତ୍ତମୂଳକ ଜାମିନ ପ୍ରଦାନ ଦେଇଥିଲେ । ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିବାରୁ ଜଗବନ୍ଧୁଙ୍କୁ ଏବେ ମଧ୍ୟ ଜେଲ୍ରେ ରହିଛନ୍ତି ।