Categories: ଜାତୀୟ

ଲଖିମପୁର ହିଂସା: ଗୃହ ରାଜ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ ମିଳିଲା ଜାମିନ

ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଜାମିନ ମିଳିଛି। ଗୁରୁବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ହେଲେ ଗୁରୁବାର କୋର୍ଟ ଏହି ମାମଲାର ରାୟ ଶୁଣାଇଛନ୍ତି। ଆସନ୍ତାକାଲି ଆଶିଷ ଜେଲ୍‌ରୁ ମୁକୁଳିପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ପୋଲିସ ଗିରଫ କରିଥିଲା। ଉତ୍ତରପ୍ରଦେଶ ଏସ୍‌ଆଇଟି ଏହି ମାମଲାର ଯାଞ୍ଚ କରି ୫ହଜାର ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିଲା।

Share