ନୂଆଦିଲ୍ଲୀ,୧୬।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍ବିଆଇ) ପକ୍ଷରୁ ବୁଧବାର ଫିକ୍ସଡ ଡିପୋଜିଟ୍ (ଏଫ୍ଡି) ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏସ୍ବିଆଇ ତା’ର ଏଫ୍ଡି ଉପରେ ୨୫ ବେସିସ୍ ପଏଣ୍ଟ ବଢ଼ାଇଥିବା ଜଣାପଡ଼ିଛି। ଏସ୍ବିଆଇ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଏଫ୍ଡି ଉପରେ ଏହି ନୂତନ ସୁଧ ହାର ବୃଦ୍ଧି କରିଛି। ଏପରିକି ଏସ୍ବିଆଇର ୱେବ୍ସାଇଟରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାରଠାରୁ ଏହି ନୂତନ ହାର ଏଫ୍ଡି ଉପରେ ଏସ୍ବିଆଇର ସଂଶୋଧିତ ଦର ଲାଗୁ ହୋଇଛି। ସେହିଭଳି ଏହି ସୁଧହାର ବୃଦ୍ଧି ପରେ ବ୍ୟାଙ୍କ ୧ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ୬.୮୦% ସୁଧ ପ୍ରଦାନ କରିବ। ଏପରିକି ୨ ବର୍ଷରୁ ଅଧିକ ଓ ୩ ବର୍ଷରୁ କମ୍ ସ୍ଥାୟୀ ଜମା ଉପରେ ମଧ୍ୟ ୭% ସୁଧ ମିଳିବ।
ସୂଚନାଯୋଗ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ରେପୋ ରେଟ୍ରେ ୦.୨୫% ବୃଦ୍ଧି ଘୋଷଣା କରିଥିଲା ବେଳେ ଋଣ ଉପରେ ସୁଧ ହାର ବଢ଼ାଇବା ସହ ବ୍ୟାଙ୍କ ଜମା ଉପରେ ସୁଧ ହାର ମଧ୍ୟ ବଢ଼ିବାରେ ଲାଗିଛି।