ମାଟ୍ରିକ୍‌ରେ ରଖିଥିଲେ ଅଧିକ ମାର୍କ: ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ପାଟଣା,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜା ଗ୍ରାମର ଜଗବନ୍ଧୁ ମୁଣ୍ଡା(୧୫)ଙ୍କର ଶୁକ୍ରବାର କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ ଜଗବନ୍ଧୁ ଢେଙ୍କାନାଳର ଆଞ୍ଚଳିକ ବିଦ୍ୟାନିକେତନ ସୁନ୍ଦରମୁଣ୍ଡିରେ ଦଶମ ଶ୍ରେଣରେ ପଢୁଥିଲେ। ମାଟ୍ରିକ୍‌ ପରୀକ୍ଷାଫଳ ବାହାରିବା ପରେ ଗତ ସୋମବାର ନିଜ ଭିଣୋଇଙ୍କ ସହ ସ୍କୁଲରୁ ସାର୍ଟିଫିକେଟ ଧରି ବାଇକ୍‌ରେ ଫେରୁଥିବା ବେଳେ ଏକ ବଳଦ ସହ ଧକ୍କା ହୋଇଥିଲା। ଏଥିରେ ସେ ଗୁରୁତର ହୋଇ ପ୍ରଥମେ କାମାକ୍ଷାନଗର ହସ୍ପିଟାଲ, ପରେ ଢେଙ୍କାନାଳରୁ କଟକ ସ୍ଥାନାନ୍ତର ହୋଇ ଆଇସିୟୁରେ ରହି ଚିକିତ୍ସା ହେଉଥିଲେ। ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ଘଟିଛି। ମାଟ୍ରିକ୍‌ରେ ସେ ଗାଁରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର ଥିଲେ।

Share