କେଉଁ ଦେଶରେ ମିଳିଥାଏ ଅଧିକ ଦରମା, ଭାରତ ଠାରୁ ପଛରେ ଋଷିଆ…

ଭଲ ଚାକିରି ସହ ଆପଣ ଦରମାର ପ୍ୟାକେଜ ଦେଖିଥା’ନ୍ତି। ଏପରିକି ଲୋକଙ୍କୁ ଦେଶରେ ଭଲ ପ୍ୟାକେଜର ଦରମା ନ ମିଳିଲେ ସେମାନେ ବିଦେଶରେ ଭଲ ଦରମା ପାଇବା ପାଇଁ ସ୍ବିଚ୍‌ କରନ୍ତି। ଦରମା କଥା ଏଥିପାଇଁ ଏଠାରେ ଉଲ୍ଲେଖ କରୁଛୁ କି, ଆପଣ ଜାଣନ୍ତି କି କେଉଁ ଦେଶରେ ଚାକିରିରେ ସବୁଠାରୁ ଅଧିକ ଦରମା ମିଳିଥାଏ।
ସବୁଠାରୁ ଅଧିକ ଦରମା ଦେଉଥିବା ଦେଶ ହେଉଛି ସ୍ବିଜରଲାଣ୍ଡ। ଦ୍ୱିତୀୟରେ ଲ୍ୟୁକ୍ସେମବର୍ଗ ତୃତୀୟରେ ସିଙ୍ଗାପୁର ଚତୁର୍ଥରେ ଆମେରିକା, ପଞ୍ଚମରେ ରହିଛି କାତାର। ଏହି ପରିପ୍ରେକ୍ଷୀରେ ୱାଲର୍‌ଡ ଅଫ ଷ୍ଟାଟିଷ୍ଟିକ୍ସ ଦ୍ୱାରା ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଏହିସବୁ ଦେଶଗୁଡିକର ତାଲିକା ପ୍ରକାଶ ପାଇଛି।

ୱାଲର୍‌ଡ ଅଫ ଷ୍ଟାଟିଷ୍ଟିକ୍ସର ତଥ୍ୟ ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଦରମା ସ୍ବିଜରଲ୍ୟାଣ୍ଡରେ ମିଳିଥାଏ। ଟ୍ୟାକ୍ସ ପରେ ଏଠାରେ ଲୋକଙ୍କ ହାରାହାରି ମାସିକ ଦରମା ହେଉଛି $୬,୧୨୮ ଅର୍ଥାତ ପ୍ରାୟ ୫,୧୦,୧୦୨ଟଙ୍କା। ୪ର୍ଥ ସ୍ଥାନରେ ଥିବା ଆମେରିକାରେ ମାସକୁ ଦରମା ୪୬୭୫ ଡଲାର ଅର୍ଥାତ ୩,୮୯,୧୬୦ଟଙ୍କା। ତାଲିକାରେ ଅଷ୍ଟ୍ରେଲିଆର ସ୍ଥାନ ୧୧, ଜର୍ମାନୀ ୧୩, କାନାଡା ୧୪, ବ୍ରିଟେନ ୧୬, ସ୍ବିଡେନ ୧୯, ଦକ୍ଷିଣ କୋରିଆ ୨୪, ଜାପାନ ୨୭ତମ ସ୍ଥାନରେ ରହିଥିବାବେଳେ ଭାରତ ୬୨ତମ ସ୍ଥାନରେ ରହିଛି।

ମାସିକ ବେତନ ଥିବା ଦେଶ ତାଲିକାରେ ଭାରତ ୬୨ ତମ ସ୍ଥାନରେ ରହିଛି। ବିଶ୍ୱ ପରିସଂଖ୍ୟାନରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତର ଲୋକଙ୍କ ହାରାହାରି ମାସକ ଦରମା ୫୯୮ ଡଲାର ଅର୍ଥାତ ପ୍ରାୟ ୪୯,୭୭୭,୭୩ ଟଙ୍କା ଅଟେ। ଯାହା ସ୍ବିଜରଲାଣ୍ଡର ମାସିକ ଦରମା ଠାରୁ ଦଶଗୁଣା କମ୍‌। ଆଶ୍ଚର୍ଯ୍ୟକର କଥା ଏହା କି, ଶକ୍ତିଶାଳୀ ରାଷ୍ଟ୍ର ଋଷିଆ ଏହି କ୍ଷେତ୍ରରେ ଭାରତ ଠାରୁ ପଛରେ ରହିଛି। ତାଲିକାରେ ଋଷିଆର ସ୍ଥାନ ୬୯। ଅର୍ଥନୀତିରେ ଭାଙ୍ଗିପଡିଥିବା ଆମ ପଡୋଣୀ ଦେଶ ପାକିସ୍ତାନରେ ହାରାହାରି ମାସିକ ଦରମା ୧୬୯ ଡଲାର ଅର୍ଥାତ ୧୪,୦୬୭ହଜାର ଟଙ୍କା। ଏହି ତାଲିକାରେ ପାକିସ୍ତାନ ୯୬ତମ ସ୍ଥାନରେ ରହିଛି। ଏହି କ୍ରମରେ ଚାଇନାରେ ହାରାହାରି ଦରମା ୯୯୪ ଡଲାର ଅର୍ଥାତ ୮୨,୭୩୮ଟଙ୍କା। ତାଲିକାରେ ଚାଇନା ୪୫ତମ ସ୍ଥାନରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହେଜବୋଲ୍ଲାର ଡ୍ରୋନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ନେତାନ୍ୟାହୁ!

ଜେରୁଜେଲମ,୧୯।୧୦: ଶନିବାର ଅକ୍ଟୋବର ୧୯, ୨୦୨୪ରେ ଲେବାନନ ଇସ୍ରାଏଲ ବିରୁଦ୍ଧରେ ପ୍ରତିଶୋଧ ନେଇଥିଲା। ଇସ୍ରାଏଲ ଖବରକାଗଜ ହାରେଟଜର ରିପୋର୍ଟ ଅନୁଯାୟୀ ଲେବାନନରୁ ଡ୍ରୋନ ଆକ୍ରମଣ କରାଯାଇଥିଲା।...

ପରମାଣୁ ବୋମା ଟେଷ୍ଟିଂରେ ବ୍ୟବହାର ହୁଏ ଲକ୍ଷ ଲକ୍ଷ ଟନ୍‌ ଆଳୁ-ପିଆଜ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: ଦୁନିଆରେ କେବଳ ୯ଟି ଦେଶ ଅଛି ଯେଉଁମାନଙ୍କ ପାଖରେ ପରମାଣୁ ବୋମା ଅଛି। ଭାରତ ଏହି ଶକ୍ତଶାଳୀ ଦେଶ ମଧ୍ୟରୁ ଗୋଟିଏ। ଆପଣ ପରମାଣୁ...

ଭାରତକୁ ଚେତାବନୀ ଦେଲା ବାଂଲାଦେଶ: ଶେଖ୍‌ ହାସିନାଙ୍କୁ ନ ଛାଡ଼ିଲେ…

ଢାକା,୧୯।୧୦: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆଇନ ପରାମର୍ଶଦାତା ଆସିଫ ନାଜରୁଲ ଭାରତ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଚୁକ୍ତିରେ କୌଣସି ବ୍ୟବସ୍ଥା ଦର୍ଶାଇ...

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ନିଜ ଦେଶରେ ଅକ୍ରୋଶର ଶିକାର ହେଲେ ଟ୍ରୁଡୋ: ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

ଓଟ୍ଟାଓ୍ବା,୧୯ା୧୦:କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅନ୍ୟାନ୍ୟ ବିବାଦରୁ ଧ୍ୟାନ ହଟାଇବା ପାଇଁ ଖଲିସ୍ତାନୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାକୁ ବ୍ୟବହାର କରୁଥିବା ସେଠାର...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri