Categories: ଜାତୀୟ

ଭାରତ ନିର୍ମାଣ କରିଛି ବିଶ୍ୱର ସର୍ବୋଚ୍ଚ ରାସ୍ତା: ଏଠାରୁ ଚାଇନା ଉପରେ ରଖାଯିବ କଡ଼ା ନଜର

ନୂଆଦିଲ୍ଲୀ,୧୪ା୯: ଭାରତ ଏପରି ଏକ ରାସ୍ତା ନିର୍ମାଣ କରିଛି, ଯାହା ବିର୍ଶ୍ୱର ସବୁଠୁ ଉଚ୍ଚ ରାସ୍ତା। ଏହି ରାସ୍ତାର ବିଶେଷ କଥା ହେଉଛି,ଏଠାରୁ ଚାଇନାର ପ୍ରତ୍ୟେକ କାର୍ଯ୍ୟକଳାପ ବା ଚାଲ୍‌ ପ୍ରତି କଡ଼ା ନଜର ରଖାଯାଇପାରିବ। ଏତଦ୍‌ବ୍ୟତୀତ ସୀମାନ୍ତରେ ନିଯୁକ୍ତ ହୋଇଥିବା ଆମର ସୈନିକମାନଙ୍କ ନିକଟରେ ଶୀଘ୍ର ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଆସନ୍ତୁ ଜାଣିବା ଏହି ରାସ୍ତା ସମ୍ପର୍କରେ…

ଭାରତ ନିର୍ମାଣ କରିଥିବା ସର୍ବୋଚ୍ଚ ରାସ୍ତାର ନାମ ହେଲା ମାନା ପାସ୍‌ ରୋଡ୍‌। ଏହି ରାସ୍ତା ଉତ୍ତରାଖଣ୍ଡର ଚମୋଲି-ଗର୍‌ଓ୍ବାଲ ଜିଲାର ଚାଇନା ସୀମା ନିକଟରେ ୧୮,୧୯୨ ଫୁଟ ଉଚ୍ଚରେ ଅବସ୍ଥିତ। ଏହି ରାସ୍ତା ନିର୍ମାଣ ପରେ ଭାରତ ଚାଇନା ସୀମା ଆଡ଼କୁ ଦୃଢ଼ ସ୍ଥିତିରେ ପହଞ୍ଚିଛି। ମାନା ପାସ୍‌ ହେଉଛି ଏନ୍‌ଏଚ୍‌ -୫୮ର ଶେଷଭାଗ। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫,୫୪୫ ମିଟର ଏବଂ ୧୮,୧୯୨ ଫୁଟ ଉଚ୍ଚରେ ରହିଛି। ଏହା ଉତ୍ତରାଖଣ୍ଡର ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ନିକଟରେ ଅବସ୍ଥିତ।

Share