ମାଟ୍ରିକ ପରୀକ୍ଷା ଫଳ: ବରଗଡ଼ରେ ସର୍ବାଧିକ ୮୯.୩୭%, ନୂଆପଡ଼ାରେ ସର୍ବନିମ୍ନ ୬୦.୧୮% ପାସ୍‌

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଚଳିତ ବର୍ଷ ମାଟ୍ରିକ ପାସ ହାର ୭୮.୭୬% ରହିଛି। ତେବେ ବରଗଡ଼ ଜିଲାରେ ସର୍ବାଧିକ ପାସ୍‌ ୮୯.୩୭% ହୋଇଥିବାବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍‌ ୬୦.୧୮% ରହିଛି।
ପ୍ରକାଶ ଯେ, ଚଳିତ ବର୍ଷ ମୋଟ ୫,୩୪,୮୪୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪,୨୧,୨୫୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସ୍‌ ହାରରେ ଚଳିତ ବର୍ଷ ମଧ୍ୟ ପୁଅଙ୍କୁ ଝିଅମାନେ ପଛରେ ପକାଇଛନ୍ତି । ଝିଅଙ୍କ ପାସ୍‌ ହାର ୮୧.୯୮% ହୋଇଥିବାବେଳେ ପୁଅଙ୍କ ପାସ ହାର ୭୭.୮% ବୋଲି ଜଣାଯାଇଛି । ଏ୧-ରେ ୧୨୭୯ ଜଣ ପାସ୍‌ ହୋଇଥିବାବେଳେ ଏ୨-୮୪୫୮, ବି୧-୧୮୧୮୮, ବି୨-୩୧୩୨୮, ସି-୪୯୧୫୩, ଡି-୮୯୫୫୬, ଇରେ -୨୨୩୧୯୫ ଜଣ ପାସ୍‌ କରିଛନ୍ତି । ୬୭୮ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୩୧ଟି ସ୍କୁଲରେ କେହି ପାସ୍‌ କରି ନାହାନ୍ତି।
ଅନ୍ୟପକ୍ଷରେ ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ପାସ୍‌ ହାର ୪୦.୧୮% ହୋଇଛି । ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ୯୧୨୬ ଜଣଙ୍କ ମଧ୍ୟରୁ ୩୬୫୩ ଜଣ ପାସ୍‌ କରିଛନ୍ତି । ମଧ୍ୟମା(ସଂସ୍କୃତ)ରେ ପାସ୍‌ ହାର ୯୭.୧୮% ହୋଇଛି । ମଧ୍ୟମାରେ ୪୨୫୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୧୩୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

Share