ଇକୋ ଟୁରିଜମ୍‌ରେ ସର୍ବାଧିକ ରାଜସ୍ବ ଆଦାୟ

ସମ୍ବଲପୁର,୭ା୪(ପ୍ରମୋଦ ବହିଦାର)ସମ୍ବଲପୁର ଜିଲା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଡେବ୍ରିଗଡ଼ ଅଭୟାରଣ୍ୟ କେବଳ ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ତା’ ନୁହେଁ, ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ହବ୍‌ରେ ପରିଣତ ହୋଇଛି। ପର୍ଯ୍ୟଟନ ହବ୍‌ ଭାବେ ରାଜସ୍ବ ବୃଦ୍ଧି ସହିତ ଅଭୟାରଣ୍ୟ ଉପରେ ନିର୍ଭରଶୀଳ ସ୍ଥାନୀୟ ବାସିନ୍ଦାଙ୍କୁ ବର୍ଷତମାମ ରୋଜଗାର ଯୋଗାଇ ସେମାନଙ୍କ ଅର୍ଥନୈତିକ ଓ ସାମାଜିକ ବିକାଶରେ ମଧ୍ୟ ସହାୟକ ହୋଇପାରିଛି ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଡେବ୍ରିଗଡ଼ ଅଭୟାରଣ୍ୟରେ ୨୦୨୩-୨୪ ଆର୍ଥତ୍କ ବର୍ଷରେ ଇକୋଟୁରିଜମ୍‌ କ୍ଷେତ୍ରରେ ୩.୪୫ କୋଟି (ପ୍ରାୟ ୩.୫ କୋଟି) ରାଜସ୍ବ ସଂଗ୍ରହ କରି ସମଗ୍ର ରାଜ୍ୟରେ ରେକର୍ଡ଼ ସୃଷ୍ଟି କରିଛି। ଏହି ବର୍ଷ ଅଭୟାରଣ୍ୟରେ ପ୍ରାୟ ୭୦ ହଜାର ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ୨୦୨୨-୨୩ ଆର୍ଥତ୍କ ବର୍ଷରେ ମାତ୍ର ୩୦ ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥିବା ବେଳେ ରାଜସ୍ବ ସଂଗ୍ରହ ମାତ୍ର ୨.୫ କୋଟିରେ ସୀମିତ ରହିଥିଲା। ଏହିବର୍ଷ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡ଼ିଶାର ସଂଖ୍ୟା ସର୍ବାଧିକ ୫୦ ପ୍ରତିଶତ, ପଶ୍ଚିମବଙ୍ଗରୁ ପ୍ରାୟ ୨୦ ପ୍ରତିଶତ ଓ ଦେଶର ଅନ୍ୟ ୧୫ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଅନୁପାତ ୩୦ ପ୍ରତିଶତ ରହିଛି।
ଏଠାରେ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ସଫାରି, କ୍ରୁଜ୍‌, ଟ୍ରାକିଂ, ହାଇକିଂ, କାୟାକିଂ ସହିତ ବିଦେଶୀ ତଥା ବିରଳ ପକ୍ଷୀ ଦର୍ଶନ ଆଦିର ସୁଯୋଗ ରହିଛି। ପରିଚାଳନା କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପ୍ରାୟ ୮୭ ପରିବାରଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତାର ଫଳ ସ୍ବରୂପ ଏଠାରେ ରାଜସ୍ବ ସଂଗ୍ରହ ଶୀର୍ଷ ଛୁଇଁବା ସମ୍ଭବ ହୋଇପାରିଛି। ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ ଉକ୍ତ ପରିବାରଙ୍କ ପକ୍ଷରୁ ପର୍ଯ୍ୟଟନ ଜୋନ୍‌ ମଧ୍ୟରେ ପର୍ଯ୍ୟଟକଙ୍କୁ ଗୟଳ, ହରିଣ, ଶମ୍ବର, ଭାଲୁ, ଜଙ୍ଗଲୀ ବାର୍‌ହା, ଲଙ୍ଗୁର, କଲରାପତରିଆ, ମୟୂର ଭଳି ବନ୍ୟପ୍ରାଣୀ ସହିତ ୟୋଲ୍ଲୋ ବାଇଲ୍ଡ ଡକ୍‌, ବ୍ଲାକ ଇବିସ୍‌, ଗ୍ଲୋସି ଲିବିସ୍‌, ଗୁଲ୍ସ, ପ୍ରାଟିନ୍‌କୋସଲ୍ସ, ଟେର୍ନ, ମୁରହେନ୍ସ, ଓପନ ବାଇଲ୍ଡ ଷ୍ଟର୍କ ଆଦି ବିଦେଶୀ ପକ୍ଷୀ ଦର୍ଶନ ନିଶ୍ଚିତ କରାଯିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି। ଏହାଛଡା ଏଠାରେ ପର୍ଯ୍ୟଟକଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ୪୮ ସୁରକ୍ଷିତ ସ୍ଥାନକୁ ଅଭୟାରଣ୍ୟ କର୍ତ୍ତୃପକ୍ଷ ୨୦୨୪ ଏପ୍ରିଲ୍‌ ୧ଠାରୁ ପ୍ଲାଷ୍ଟିକ ମୁକ୍ତ ତଥା ପରିବେଶ ଅନୁକୂଳ ଅଞ୍ଚଳ ଭାବେ ଘୋଷଣା କରିସାରିଛନ୍ତି। ଏଭଳି ଏକ ବିଶାଳ ଭୂଖଣ୍ଡକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରାଯାଇ ପରିବେଶ ଅନୁକୂଳ କ୍ଷେତ୍ରରେ ପରିଣତ କରାଯିବା ବିଶ୍ୱସ୍ତରରେ ଏକ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ ପ୍ରକୃତ ଶ୍ରେୟର ହକଦାର ହେଉଛନ୍ତି ସ୍ଥାନୀୟ ଅଧିବାସୀ ଓ ଅଭୟାରଣ୍ୟରେ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଚାଳନାରେ ନିୟୋଜିତ ୮୭ ପରିବାର ବୋଲି ବନଖଣ୍ଡ ଅଧିକାରୀ ଦାସଙ୍କ ସୂଚନାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri