୧୦ ଲକ୍ଷ ମୁହାଁ କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨, ୬୯୫ ନୂଆ ସଂକ୍ରମିତ

ନୂଆଦିଲ୍ଲୀ,୧୬।୭: ଦେଶରେ କରୋନା ସଂକ୍ରମିତଙ୍କ ସଂଖା ବେଳକୁ ବେଳ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୨,୬୯୫ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୬୮,୮୭୬ରେ ପହଞ୍ଚିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏବେ ୩,୩୧,୧୪୬ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୬,୧୨,୮୧୫ଜଣ ସୁସ୍ଥ ହୋଇ ସାରିଲେଣି ଓ ୨୪,୯୧୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏବେବି ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗୁରୁବାର ସକାଳ ସୁଦ୍ଧା ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୨,୭୫,୬୪୦ ରହିଛି। ମହାରାଷ୍ଟ୍ରରେ ମୃତକଙ୍କ ସଂଖ୍ୟା ୧୦,୯୨୮ ଥିବା ବେଳେ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୫୧,୮୨୦ ଓ ମୃତକଙ୍କ ସଂଖ୍ୟା ୨,୧୬୭ରେ ପହଞ୍ଚିଛି। ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୧,୧୬,୯୯୩ରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ରହିଛି ୩,୪୫୭। ସେପଟେ ଏବେସୁଦ୍ଧା ଦେଶରେ ୧,୨୭,୩୯,୪୯୦ଜଣଙ୍କର କରୋନା ଟେଷ୍ଟ କରାଯାଇଥିବା ପ୍ରକାଶ କରିଛି ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ।

Share