Posted inଜାତୀୟ

ଜମ୍ମୁ-କଶ୍ମୀରରେ ୩୫ ବର୍ଷରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ୩୫ ବର୍ଷ ମଧ୍ୟରେ ସର୍ବାଧିକ ମତଦାନ ହୋଇଛି। ୨୦୧୯ ତୁଳନାରେ ଏଥର ଅଧିକ ୩୦ ପ୍ରତିଶତ ଭୋଟ ଦେଇଥିବା ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୫ ପ୍ରତିଶତ ବଢ଼ିଛି। ଅଧିକ ସଂଖ୍ୟାରେ ଲୋକେ ନିର୍ବାଚନରେ ସକ୍ରିୟ ଭାବେ ଭାଗ ନେଉଥିବାରୁ ଏହା ଏକ ବଡ଼ ସଫଳତା ଏବଂ ଖୁବ୍‌ଶୀଘ୍ର ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି। ଜମ୍ମୁ-କଶ୍ମୀରର ୫ ଲୋକ ସଭା ଆସନରେ ମତଦାନ ହାର ୫୮.୪୬ ପ୍ରତିଶତ ରହିଛି। କଶ୍ମୀର ଉପତ୍ୟକାର ୩ ଆସନରେ ହାରାହାରି ମତଦାନ ହାର ୫୦.୮୬ ପ୍ରତିଶତ ହୋଇଛି। ୨୦୧୯ରେ ଏହିସବୁ ଆସନରେ ମତଦାନ ହାର ମାତ୍ର ୧୯.୧୬ ପ୍ରତିଶତ ଥିଲା ବୋଲି ସିଇସି କହିଛନ୍ତି। ଅନ୍ୟ ୨ଟି ଆସନ ଉଧାମପୁର ଏବଂ ଜମ୍ମୁରେ ମତଦାନ ହାର ଯଥାକ୍ରମେ ୬୮.୨୭ ଏବଂ ୭୨.୨୨ ପ୍ରତିଶତ ରହିଥିବା ସିଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଧକ୍କା ମାରିବା ଘଟଣା: ମୁକେଶ ରାଜପୁତ ଆଇସିୟୁରେ ଭର୍ତ୍ତି

ନୂଆଦିଲ୍ଲୀ,୧୯।୧୨: ଗୁରୁବାର ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ସଂସଦ ହାଉସ କମ୍ପ୍ଲେକ୍ସରେ ଉଭୟ କଂଗ୍ରେସ ଏବଂ ଭାଜପା...

ନୀଳ ଶାଢ଼ିରେ ପ୍ରିୟଙ୍କା, ନୀଳ ଟି-ଶର୍ଟରେ ରାହୁଲ ଆସିଲେ ସଂସଦ, ଏହା ପଛରେ ରହିଛି ଏପରି…

ନୂଆଦିଲ୍ଲୀ,୧୯ା୧୨: ଭୀମରାଓ ଆମ୍ବେଦକରଙ୍କ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିବୃତ୍ତି ଯୋଗୁ ଦେଶରେ ରାଜନୀତି ଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ଶାହାଙ୍କ...

ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର, ବଢିବ ଇପିଏଫ ବେତନ ସୀମା!

ନୂଆଦିଲ୍ଲୀ,୧୯।୧୨: କେନ୍ଦ୍ର ସରକାର ଖୁବ ଶୀଘ୍ର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ଯୋଜନା ଅନ୍ତର୍ଗତ ବେତନ ସୀମାକୁ ବଢାଇପାରନ୍ତି। ବର୍ତ୍ତମାନ ଏହା ୧୫,୦୦୦ରୁ, ୨୧,...

ଅମିତ ଶାହାଙ୍କୁ ପାଗଳ କହିଲେ ଲାଲୁ ଯାଦବ, କାରଣ ଜାଣିଲେ…

ପାଟ୍‌ନା,୧୯ା୧୨: ଭାରତର ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ସଂସଦରେ ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ଏକ...

ଭାଜପା ଏମ୍‌ପି ପ୍ରତାପ ଷଡଙ୍ଗୀ ଆହତ, କହିଲେ ଧକ୍କା ମାରିଲେ ରାହୁଲ ଗାନ୍ଧୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଦଳ ବାବା ସାହେବ ଆମ୍ବେଦକରଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସଂସଦରେ ଭାଜପା ଏମପିମାନେ ବିରୋଧ କରିଥିଲେ। ଏହି ସମୟରେ ଭାଜପା ଏମପି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଶାହାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୧୯ା୧୨:ଭାରତୀୟ ସମ୍ବିଧାନର ସ୍ଥପତି ଡ. ଭୀମରାଓ ଆମ୍ବେଡକରଙ୍କ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ଏମ୍‌ପିମାନେ ବୁଧବାର ତାଙ୍କ ବିରୋଧରେ...

ଆମ୍ବେଦକରଙ୍କ ପାଖରେ ଥିଲା ଏତିକି ଡିଗ୍ରୀ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ନୂଆଦିଲ୍ଲୀ,୧୯।୧୨: ଭାରତର ସମ୍ବିଧାନର ସୃଷ୍ଟିକର୍ତ୍ତା ବା ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କୁ କେବଳ ଜଣେ ସାମାଜିକ ସଂସ୍କାରକ କିମ୍ବା ରାଜନେତା ଭାବରେ ନୁହେଁ ବରଂ ଶିକ୍ଷାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri