ଉଚ୍ଚ ଶିକ୍ଷିତା ଯୁବତୀ ବିବାହ କରିବାକୁ ଅମଙ୍ଗ, ଚିନ୍ତାରେ ଜାପାନ ସରକାର…

ଟୋକିଓ,୧୩।୭ : ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ପାଠ୍ୟକ୍ରମ ସହିତ ଜଡ଼ିତ ଥିବା ଜାପାନର ଉଚ୍ଚଶିକ୍ଷିତାରେ ବିବାହ ଯୋଗ୍ୟା ଯୁବତୀମାନଙ୍କର ବହୁତ ଅଭାବ ରହିଛି। ଏହାର କାରଣ ହେଉଛି ଭୁଲ ଧାରଣା ଷ୍ଟେମ କରୁଥିବା ସ୍ମାର୍ଟ ଯୁବତୀମାନେ ବିବାହ କରନ୍ତି ନାହିଁ। ଅନ୍ୟ ଅର୍ଥରେ, ଷ୍ଟେମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବତୀମାନେ ପାଇଁ ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବାକୁ କଳଙ୍କ ଭାବେ ବିବେଚନା କରୁଛନ୍ତି। ଏହି କାରଣରୁ, ତାଙ୍କ କ୍ୟାରିୟରରେ ଅଗ୍ରଗତି ବନ୍ଦ ହୋଇଯାଏ ବୋଲି ସେମାନେ ଚିନ୍ତା କରୁଛନ୍ତି। ତେଣୁ ଅଧିକାଂଶ ଉଚ୍ଚ ଶିକ୍ଷିତା ଯୁବତୀ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଏନେଇ ଜାପାନ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଜାପାନରେ ଜନ୍ମ ହାର ନକାରାତ୍ମକ ହୋଇଯାଇଛି। ଏହାକୁ ଦୂର କରିବା ପାଇଁ ସରକାର ଯୁବବର୍ଗମାନଙ୍କୁ ବିବାହ କରିବାକୁ ଏବଂ ଅଧିକ ସନ୍ତାନ ଜନ୍ମ କରିବାକୁ ଉତ୍ସାହିତ କରୁଛନ୍ତି। ଏଥି ସହିତ, ଷ୍ଟେମ କ୍ଷେତ୍ରରେଝିଅମାନଙ୍କର ଅଭାବ ଜାପାନୀ କମ୍ପାନୀଗୁଡିକରେ ଦେଖିବାକୁ ମିଳିଛି। କମ୍ପାନୀଗୁଡିକ ଆକଳନ କରିଛନ୍ତି ନୂତନତ୍ୱ, ଉତ୍ପାଦକତା ଏବଂ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସେମାନେ ବିଶ୍ୱରେ ପଛରେ ଅଛନ୍ତି। କାରଣ ଏହି କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ହ୍ରାସ ପାଉଛି। କେବଳ ଆଇଟି କ୍ଷେତ୍ରରେ ୨୦୩୦ ସୁଦ୍ଧା ଜାପାନରେ ୭,୯୦,୦୦୦ କର୍ମଚାରୀଙ୍କ ଅଭାବ ରହିବ। ଟୋକିଓ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଡେପୁଟି ହେଡ ଜୁନ ଇଚି ଇମୁରା କହିଛନ୍ତି ଆମକୁ ୨୦୫୦ ଟାର୍ଗେଟକୁ ଦୃଷ୍ଟିରେ ରଖି ଏହି ବ୍ୟବଧାନକୁ ଦୂର କରିବାକୁ ହେବ।

Share