୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ ହାଇଓ୍ବେ ନିର୍ମାଣ ବାଟରେ ଆସୁଥିଲା। ଏହାକୁ କାଟି ରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ପରିବେଶବିତ୍‌ଙ୍କ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଏନେଇ ରାଜ୍ୟ ପରିବେଶ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେଙ୍କୁ ଅବଗତ କରାଯାଇଥିଲା। ଆଦିତ୍ୟ ଏସମ୍ପକରେ କେନ୍ଦ୍ରୀୟ ସଡ଼କ ପରିବହନମନ୍ତ୍ରୀ ନୀତୀନ ଗଡ଼କରୀଙ୍କୁ ଜଣାଇଥିଲେ। ଗଡ଼କରୀ ହାଇଓ୍ବେର ନକ୍ସା ବଦଳାଇ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ରତ୍ନାଗିରି-ନାଗପୁର ୧୬୬ ନମ୍ବର ହାଇଓ୍ବେ ନିର୍ମାଣ ବାଟରେ ଏହି ପୁରୁଣା ବରଗଛ ରହିଛି। ଏହାକୁ ସୁରକ୍ଷିତ ରଖି କାମ କରିବାକୁ ଗଡ଼କରୀ ନିର୍ଦ୍ଦେଶ ଜାରି କରିଛନ୍ତି।

Share