Categories: ଜାତୀୟ

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ ନଭଦଗୀ ଯୁକ୍ତି ଉପସ୍ଥାପନ କରିଥିବାବେଳେ ବରିଷ୍ଠ ଆଇନଜୀବୀ ସଲମାନ ଖୁର୍ସିଦ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ। ହିଜାବ ନିଷେଧାଦେଶକୁ ଚ୍ୟାଲେଞ୍ଜ କରୁଥିବା ଏହି ଆବେଦନକୁ ଜଷ୍ଟିସ ହେମନ୍ତ ଗୁପ୍ତା ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ନେତୃତ୍ୱରେ ଗଠିତ ଏକ ବେଞ୍ଚରେ ଶୁଣାଣି ହୋଇଛି।

ଜଷ୍ଟିସ ହେମନ୍ତ ଗୁପ୍ତା ୧୬ ଅକ୍ଟୋବରରେ ଅବସର ଗ୍ରହଣ କରୁଛନ୍ତି। ଏହାପୂର୍ବରୁ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଥିବା କୁହାଯାଉଛି।

Share