Categories: ଜାତୀୟ

ହିଜାବ ବିବାଦ: ପରୀକ୍ଷା ଅଧାରେ ଛାଡ଼ି ପଳାଇଆସିଲେ ଛାତ୍ରୀ

ବେଙ୍ଗାଲୁରୁ,୧୫।୩: ହିଜାବ ଉପରେ କର୍ନାଟକ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବି ୟାଦଗିରର ସୁରପୁରା ତହସିଲର କେମ୍ବାଭି ସରକାରୀ ପୀୟୁ କଲେଜରେ ଏହାକୁ ବିରୋଧ କରାଯାଇଛି। ଉକ୍ତ କଲେଜର ଛାତ୍ରୀମାନେ ଏହି ରାୟକୁ ବିରୋଧ କରି ଶ୍ରେଣୀଗୃହ ତ୍ୟାଗ କରିଥିବା ଜଣାପଡ଼ିଛି। ଉକ୍ତ କଲେଜର ଛାତ୍ରୀମାନଙ୍କ ପରୀକ୍ଷା ପ୍ରସ୍ତୁତି ନେଇ ଏକ ପରୀକ୍ଷା ଥିଲା। କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତି ଶୁଣିବା ମାତ୍ରେ, ସେମାନେ ଶ୍ରେଣୀଗୃହକୁ ତ୍ୟାଗ କରିଥିଲେ। ସୂଚନାଯୋଗ୍ୟ, ପିୟୁ କଲେଜର ଛାତ୍ରୀଛାତ୍ରଙ୍କ ପରୀକ୍ଷା ସକାଳ ୧୦ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ହେବାକୁ ଥିଲା। କିନ୍ତୁ ଏହି ସମୟରେ କଲେଜ ପ୍ରିନ୍ସପାଲ ଡକ୍ଟର ଶକୁନ୍ତଲା ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ। କିନ୍ତୁ ସେ ମାନିବାକୁ ମନା କରିବା ସହ ଏହାକୁ ବିରୋଧ କରିଥିଲେ। କେବଳ ହିଜାବ ପିନ୍ଧି ପରୀକ୍ଷା ଦେବୁ। ଯଦି ଆମକୁ ହିଜାବ ହଟାଇବାକୁ କୁହନ୍ତି, ତେବେ ଆମକୁ ପରୀକ୍ଷା ଦେବୁ ନାହିଁ ବୋଲି କହି କ୍ଲାସ୍‌ ବର୍ଜନ କରି ଛାତ୍ରୀମାନେ ବାହାରକୁ ପଳାଇଆସିଥିଲେ। ଛାତ୍ରୀମାନଙ୍କ କହିବା କଥା, ବର୍ତ୍ତମାନ ସେମାନେ ସେମାନଙ୍କ ପିତାମାତାଙ୍କ ସହ ଏନେଇ କଥା ହେବେ। ଏହାପରେ ସ୍ଥିର କରାଯିବ କି ସେମାନେ ହିଜାବ ପିନ୍ଧି ଶ୍ରେଣୀ ଗୃହକୁ ପ୍ରବେଶ କରିବେ କି ନାହିଁ। ତେବେ ପ୍ରିନ୍ସପାଲଙ୍କ ଅନୁଯାୟୀ, ୩୫ଜଣ ଛାତ୍ରୀ କ୍ଲାସ୍‌ ବର୍ଜନ କରିଥିଲେ।

Share