ନୂଆଦିଲ୍ଲୀ,୨୪।୩: କର୍ନାଟକରେ ହିଜାବ ବିବାଦ ଉପରେ ଦାଖଲ ହୋଇଥିବା ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ଆଗ୍ରହ ପ୍ରକାଶ କରିଥିବା ବରିଷ୍ଠ ଓକିଲ ଦେବଦତ୍ତ କାମାଥଙ୍କୁ ମାମଲାକୁ ଅଧିକ ସମ୍ବେଦନଶୀଳ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ।
କର୍ନାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ କାମାଥ ସୁପ୍ରିମକୋର୍ଟଙ୍କୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ପରୀକ୍ଷା ମୁଣ୍ଡରେ ଥିବାରୁ ଏହା ତୁରନ୍ତ ଶୁଣାଯିବା ଉଚିତ ବୋଲି ସେ କହିଥିଲେ। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାକୁ ସମ୍ବେଦନଶୀଳ କର ନାହିଁ, ଏହାର ପରୀକ୍ଷା ସହିତ କୌଣସି ସମ୍ପର୍କ ନାହିଁ।
ସୂଚନାଯୋଗ୍ୟ,ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଆବେଦନକୁ କର୍ନାଟକ ହାଇକୋର୍ଟ ଖାରଜ କରିଦେଇଥିଲେ। ହିଜାବକୁ ଇସଲାମର ଏକ ଅତ୍ୟାବଶ୍ୟକ ଅଂଶ ନୁହେଁ ବୋଲି ହାଇକୋର୍ଟ କହିଥିଲେ।