Categories: ଜାତୀୟ

୨୦୨୩ କର୍ନାଟକ ବିଧାନସଭା ନିର୍ବାଚନରେ ହିଜାବ୍‌ ହୋଇପାରେ ମୁଖ୍ୟ ପ୍ରସଙ୍ଗ !…

ବେଙ୍ଗାଲୁରୁ,୧୭।୩ : କର୍ନାଟକରେ ୨୦୨୩ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ହିଜାବ୍‌ ଏକ ମୁଖ୍ୟ ପ୍ରସଙ୍ଗ ହୋଇପାରେ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତିି। ଗୋଟିଏ ପଟେ ଦକ୍ଷିଣ କନ୍ନଡ ଅଞ୍ଚଳର ଏକ ବୃହତ ବର୍ଗ ଅନୁଭବ କରୁଛନ୍ତି ଯେ ହିଜାବ୍‌ ବିବାଦ ନ୍ୟାୟ ପାଇଁ ଲଢ଼େଇ ପରିବର୍ତ୍ତେ ରାଜନୈତିକ ପ୍ରସଙ୍ଗ ପାଲଟିବାରେ ଲାଗିଛି।

ଅପରପକ୍ଷରେ, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଭଳି ରାଜନୈତିକ ଦଳ କହୁଛନ୍ତି ଯେ ୨୦୨୩ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ତେବେ ନିର୍ବାଚନରେ ଯୁବବର୍ଗର ଭୋଟରଙ୍କ୍‌ ଉପରେ ଏହା ପ୍ରଭାବ ପକାଇବାର ଯଥେଷ୍ଟ ସମ୍ଭବାନା ରହିଛି।

୨୦୧୮ ବିଧାନସଭା ନିର୍ବାଚନରେ ଭାଜପା ଉଡୁପି ଜିଲ୍ଲାର ସମସ୍ତ ୫ଟି ସିଟ ଜିତିଛି। ଦକ୍ଷିଣ କନ୍ନଡ ଅଞ୍ଚଳରେ ୮ ଟି ବିଧାନସଭା ସିଟ ମଧ୍ୟରୁ ୭ ଟି ଭାଜପା ଖାତାକୁ ଯାଇଥିବାବେଳେ କଂଗ୍ରେସ ମାତ୍ର ଗୋଟିଏ ସିଟ ପାଇଥିଲା। ଏଥି ସହିତ, ୨୦୧୩ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଉଡୁପିରେ ୩ ଟି ଏବଂ ଦକ୍ଷିଣ କନ୍ନଡରେ ୭ ଟି ଆସନ ଜିତିଥିଲା।

Share