ନୂଆଦିଲ୍ଲୀ, ୧୫।୩ : ହିଜାବ୍ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟରେ ଏକ ଲିଭ୍ ପିଟିଶନ ଦାଖଲ କରାଯାଇଛି। କର୍ନାଟକ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରି ନିଆବ୍ ନାଜ୍ ନାମକ ଜଣେ ଛାତ୍ରୀ ଏହି ପିଟିଶନ ଦାଖଲ କରିଛନ୍ତି। ଆଇନଜୀବି ଅନସ ତନଓ୍ବରଙ୍କ ଦ୍ୱାରା ଏହା ରେକର୍ଡ କରାଯାଇଛି।
ଏହି ମାମଲାରେ ହାଇକୋର୍ଟ ରାଜ୍ୟର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ଉପରେ ନିଷେଧାଦେଶ ଜାରି କରାଯାଇଥିବା ସରକାରୀ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଥିଲେ।
ମୁଖ୍ୟ ବିଚାରପତି ରିତୁ ରାଜ ଆୱସ୍ତିଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କହଥିଲେ ଯେ ହିଜାବ ପିନ୍ଧିବା ଇସଲାମରେ ଏକ ଜରୁରୀ ଧାର୍ମିକ ପ୍ରଥା ନୁହେଁ ଏବଂ ୟୁନିଫର୍ମ ଆକାରରେ ଛାତ୍ରୀମାନେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ଉପରେ ଆପତ୍ତି କରିପାରିବେ ନାହିଁ। ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ଫେବୃଆରୀ ୫ରେ ଜାରି ହୋଇଥିବା ଆଦେଶକୁ ସମର୍ଥନ କରି ଏହା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁନାହିଁ ବୋଲି କହିଥିଲେ।
ଏବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଲିଭ୍ ପିଟିଶନ୍ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି।