ଅଫିସ, ଫିଲ୍ମ ଇଣ୍ଡଷ୍ଟ୍ରିରେ ହିଜାବ ବାଧ୍ୟତାମୂଳକ

ତେହରାନ,୧୧ା୮: ଇରାନର ହିଜାବ ବିବାଦ ବର୍ତ୍ତମାନ ବ୍ୟବସାୟ କ୍ଷେତ୍ରକୁ ପ୍ରବେଶ କରିଛି। ବର୍ତ୍ତମାନ ପ୍ରଶାସନ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ନଜର ରଖିଛନ୍ତି। ଯେଉଁ ମହିଳାମାନେ ହିଜାବ ବିନା କ୍ୟାମେରା ପଛରେ କାମ କରୁଛନ୍ତି ସେହି ଫିଲ୍ମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଏତିକି ନୁହେଁ, ଯେଉଁ ମହିଳାମାନେ ହିଜାବ ବିନା ଗାଡ଼ି ଚଳାଉଥିବାର ଦେଖାଯାଉଛି, ସେମାନଙ୍କ କାର୍‌ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ଦେଶର ପୋଲିସ ହେପାଜତରେ ମହସା ଅମିନୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ବିରୋଧର ପ୍ରଥମ ବାର୍ଷିକୀ ପୂର୍ବରୁ ଏହି ପ୍ରୟାସ କରାଯାଇଛି। ଏହି ଦଙ୍ଗାରେ ସୁରକ୍ଷା ବାହିନୀର କାର୍ଯ୍ୟରେ ୫୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୨୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା।

Share