Categories: ଜାତୀୟ

‘କେବଳ ହିଜାବ୍‌ ଉପରେ କଟକଣା; ଓଢ଼ଣି, ପଗଡ଼ି କାହିଁକି ନୁହେଁ’

ବାଙ୍ଗାଲୁରୁ,୧୬।୨: ଶିକ୍ଷାନୁଷ୍ଠାନରେ ହିଜାବ କଟକଣା ପ୍ରସଙ୍ଗର ଶୁଣାଣି କରୁଥିବା କର୍ନାଟକ ହାଇକୋର୍ଟ ବୁଧବାର ମୁସଲିମ ଛାତ୍ରୀଙ୍କ ପକ୍ଷର ଉପସ୍ଥାପନା ଶୁଣିଛନ୍ତି। ମୁଖ୍ୟ ବିଚାରପତି ରିତୁ ରାଜ ଅଓ୍ବସ୍ଥିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ କାହିଁକି କେବଳ ହିଜାବକୁ ଟାର୍ଗେଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ଓକିଲ ରବି ବର୍ମା କୁମାର।

“ଅନେକ ଭାରତୀୟ ସେମାନଙ୍କ ପୋଷାକ ଜରିଆରେ ନିଜ ଧର୍ମକୁ ପ୍ରକାଶ କରନ୍ତି। ମୁଁ କେବଳ ସମାଜର ସମସ୍ତ ବିଭାଗରେ ଧାର୍ମିକ ପ୍ରତୀକକୁ ବିସ୍ତୃତ ବିବିଧତା ବିଷୟରେ କହୁଛି। ଏହି ସରକାର କ’ଣ ପାଇଁ କେବଳ ହିଜାବ ପଛରେ ପଡ଼ିଛନ୍ତି ଏବଂ ଶତ୍ରୁ ଭଳି ଭେଦଭାବ କରୁଛନ୍ତି? କେବଳ ଧର୍ମ କାରଣରୁ ଆବେଦନକାରୀଙ୍କୁ କ୍ଲାସରୁମ୍‌ରୁ ବିଦା କରାଯାଇଛି। ଯେଉଁମାନେ ମଥାରେ ବିନ୍ଦି ଲଗାଉଛନ୍ତି, ହାତରେ ଚୁଡ଼ି ପିନ୍ଧୁଛନ୍ତି ସେମାନଙ୍କୁ ବିଦା କରାଯାଉ ନାହିଁ। କ୍ରସ୍‌ ପିନ୍ଧିଥିବା ଖ୍ରୀଷ୍ଟିଆନଙ୍କ ସହ ମଧ୍ୟ ଏଭଳି କରାଯାଉ ନାହିଁ। କାହିଁକି କେବଳ ଏହି ଝିଅମାନଙ୍କୁ ବିଦା କରାଯାଉଛି ? ଏହା ସମ୍ବିଧାନର ୧୫ତମ ଧାରାକୁ ଉଲ୍ଲଂଘନ କରୁଛି” ବୋଲି ବରିଷ୍ଠ ଓକିଲ ରବି ବର୍ମା କହିଛନ୍ତି।

ସେ ଆହୁରି କହିଛନ୍ତି, “ଓଢ଼ଣିକୁ ଅନୁମତି ଅଛି, ଚୁଡ଼ିକୁ ଅନୁମତି ଅଛି। କେବଳ ହିଜାବ କାହିଁକି? ଜଣେ ଶିଖର  ପଗଡ଼ି ଏବଂ ଖ୍ରୀଷ୍ଟିଆନଙ୍କ କ୍ରସ କାହିଁକି ନୁହେଁ?

Share