ଜୟପୁର,୧୨।୨: କର୍ନାଟକର ହିଜାବ ଝଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ହିଜାବ ସହ ଜଡିତ ଏକ ଆପତ୍ତିଜନକ ପୋଷ୍ଟକୁ ସୋସିଆଲ ମିଡିଆରେ ଶେୟାର କରିବା ମାମଲାରେ ୨ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନାମୁତାବକ ରାଜସ୍ଥାନର ଜୟପୁରରେ ମୁତୟନ ଥିବା ପୋଲିସ କର୍ମଚାରୀ ଏଏସ୍ଆଇ ସତବୀର ସିଂ ଓ କନଷ୍ଟେବଳ ରମେଶ ଉଭୟ ସୋସିଆଲ ମିଡିଆରେ ହିଜାବ ସହ ଜଡିତ ଏକ ପୋଷ୍ଟକୁ ଶେୟାର କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ମାମଲାରେ ସତବୀର ଓ ରମେଶଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ସହରରେ ଶାନ୍ତି ସୁରକ୍ଷା ରକ୍ଷା କରିବା ସହ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ମାମଲାରେ ଜିରୋ ଟୋଲେରେନ୍ସରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ।