ନୂଆଦିଲ୍ଲୀ,୯।୨: ଶିକ୍ଷାନୁଷ୍ଠାନରେ ହିଜାବ ତଥା ମୁଣ୍ଡକୁ ଘୋଡ଼ାଇବା ପାଇଁ ସ୍କାର୍ଫର ବ୍ୟବହାରକୁ ନେଇ ଚାଲିଥିବା ବୁଧବାର ସଂସଦରେ ପହଞ୍ଚିଛି। କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନ ପାଖରେ ଛାତ୍ରୀଛାତ୍ରଙ୍କ ଏକତ୍ରୀତ ଏବଂ ଆନ୍ଦୋଳନ ଉପରେ କଟକଣା ଲଗାଇଛି ପୋଲିସ।
ଏହି ନିର୍ଦ୍ଦେଶନାମାରେ ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧି ମଧ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି କଟକଣା ଆସନ୍ତା ୨ ସପ୍ତାହ ପାଇଁ ବଳବତ୍ତର ରହିବ।
ଉଡୁପି ଜିଲାର ଏକ ସରକାରୀ କଲେଜର ୫ ଜଣ ମହିଳା ହିଜାବ କଟକଣା ଉପରେ ପ୍ରଶ୍ନ ଉଠାଇ କର୍ନାଟକ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି ଦାୟତ୍ୱ ବୃହତ୍ ଖଣ୍ଡପୀଠକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି କ୍ରିଷ୍ଣା ଦିକ୍ସିତ।