Categories: ଜାତୀୟ

ହାଇକୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି ଓଓ୍ବାଇସି

ନୂଆଦିଲ୍ଲୀ,୧୫।୩: ହିଜାବ ପିନ୍ଧିବା ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ କହିଛନ୍ତି, ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ ଏବଂ ସ୍କୁଲ ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ। ଏହା ସହିତ ସ୍କୁଲ ଏବଂ କଲେଜରେ ହିଜାବ ପିନ୍ଧିବାକୁ ଅନୁମତି ମାଗୁଥିବା ଛାତ୍ରୀଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମିନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ନିଜ ମତ ପ୍ରକାଶ କରିଛନ୍ତି। ସେ କୋର୍ଟଙ୍କ ନିଷ୍ପତ୍ତିରେ ସହମତ ନାହାନ୍ତି। ଆବେଦନକାରୀମାନେ ଏବେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବେ ମୁଁ ଆଶା କରୁଛି ବୋଲି ସେ କହିଛନ୍ତି।

Share