Categories: ଜାତୀୟ

ତ୍ରିପୁରାରେ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ସ୍କୁଲରେ ପୂରାଇ ଦିଆଗଲାନି

ଅଗରତାଲା,୬।୮: ତ୍ରିପୁରାର କୋରୋଇମୁରା ଉଚ୍ଚ ମାଧ୍ୟମିକ ସ୍କୁଲରେ ହିଜାବକୁ ନେଇ ହିନ୍ଦୁ ଓ ମୁସଲମାନ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭାଜନ ଦେଖାଦେଇଛି। ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନଙ୍କୁ ସ୍କୁଲ୍‌ରେ ପ୍ରବେଶ ଅନୁମତି ନ ମିଳିବାରୁ ଏହାର ପ୍ରତିବାଦରେ କେତେଜଣ ଛାତ୍ର ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠରେ ଭଙ୍ଗାରୁଜା କରିଥିଲେ। ଏହା ପରେ ଉତ୍ତ୍ୟକ୍ତ ଲୋକେ ଶନିବାର ସ୍କୁଲ ବାହାରେ ଏକାଠି ହେବା ସହ ଭଙ୍ଗାରୁଜାରେ ସାମିଲ ହୋଇଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପୋଲିସ ଏଆଇଜି କହିଛନ୍ତି।

Share