ନୂଆଦିଲ୍ଲୀ, ୨୬ା୭: ଇସ୍ଲାମରେ ହିଜାବ ପରିଧାନ ଜରୁରୀ ନୁହେଁ ବୋଲି କର୍ନାଟକ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା କେତେକ ଛାତ୍ରୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଖୁବ୍ଶୀଘ୍ର ଶୁଣାଣି କରିବେ। କାହାରିକୁ କ୍ଷତି ନ ପହଞ୍ଚାଇ କଲେଜ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବ ପିନ୍ଧିବା ଉପରେ କଟକଣା ଲଗାଇବା ଅଧିକାର ରାଜ୍ୟ ସରକାରଙ୍କ ରହିଛି କି ବୋଲି ପ୍ରଶ୍ନ କରି ମୁସଲମାନ ସମ୍ପ୍ରଦାୟର କେତେଜଣ ଛାତ୍ରୀ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ହିଜାବ ବିବାଦ ପ୍ରସଙ୍ଗରେ ଗତ ଫେବୃୟାରୀ ୫ରେ କର୍ନାଟକ ସରକାର ଛାତ୍ରୀଛାତ୍ରମାନେ ଶିକ୍ଷାନୁଷ୍ଠାନକୁ କେବଳ ୟୁନିଫର୍ମ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ।