ନୂଆଦିଲ୍ଲୀ: ସଫ୍ଟବ୍ୟାଙ୍କ କର୍ପୋରେଶନ ଫଣ୍ଡିଂ ଲାଭ କରିଥିବା ଭାରତୀୟ ମେସେଜିଂ ଆପ୍ ହାଇକ୍ ବନ୍ଦ ହୋଇଯାଇଛି। ଏହି ଆପ୍ ବର୍ତ୍ତମାନ ଗୁଗଲ ଆପ୍ ଷ୍ଟୋରରୁ ଉଭାନ ହୋଇଯାଇଥିବା ଜଣାପଡିଛି। ଭାରତ ଭଳି ବିଶ୍ୱର ଦ୍ୱିତୀୟ ଜନବହୁଳ ବଜାରରେ ହ୍ବାଟ୍ସଆପ୍କୁ ଟକ୍କର ଦେବା ଲାଗି ଏଭଳି ଏକ ଆପ୍କୁ ସଫ୍ଟବ୍ୟାଙ୍କ ସହାୟତା ଯୋଗାଉଥିଲା। ହେଲେ ଏହା ଏବେ ଆପ୍ ଷ୍ଟୋରରୁ କୁଆଡ଼େ ଉଭାନ ହୋଇଯାଇଥିବା ସୋମବାର ଏକ ଖବର ସାମ୍ନାକୁ ଆସିଛି। ୨୦୧୬ରେ ସ୍ଥାପନ ହୋଇଥିବା ଏହି ଷ୍ଟାର୍ଟଅପ୍ର ଭାଲ୍ୟୁ ପ୍ରାୟ ୧.୪ ବିଲିୟନ ଡଲାର ରହିଥିଲା। ବିଲିୟନେୟାର ପରିବାରର କେଭିନ୍ ଭାରତୀ ମିତ୍ତଲ ଏହାକୁ ସ୍ଥାପନ କରିଥିଲେ। ଏହାକୁ ବନ୍ଦ କରିବା ନେଇ ପୂର୍ବରୁ କମ୍ପାନୀ ଘୋଷଣା କରିଥିଲା। ହ୍ବାଟ୍ସଆପ ସହ ଏହା ଟକ୍କର ଦେବାକୁ ସକ୍ଷମ ହେଲା ନାହିଁ ବୋଲି ବଜାର ବିଶେଷଜ୍ଞ କୁହନ୍ତି। ସୂଚନାଯୋଗ୍ୟ, କେଭିନ୍ ଭାରତୀ ଏୟାରଟେଲ ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କ ପୁଅ।