‘ହିଲାରୀ, ନର୍ଗେ ମନେ ରହିବେ’

ଭୁବନେଶ୍ୱର, ୨୯।୫ (ସ୍ପୋଟର୍‌ସ ବ୍ୟୁରୋ): ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ ପ୍ରତି ବର୍ଷ ମେ’ ୨୯ତାରିଖରେ ପାଳିତ ହୋଇଥାଏ। ୧୯୫୩ ମସିହାରେ ଏହି ଦିନ ସାର୍‌ ଏଡମଣ୍ଡ୍‌ ହିଲାରୀ ଓ ତେନ୍‌ଜିଂ ନର୍ଗେ ପ୍ରଥମେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ। ୨୦୦୮ରେ ତେନ୍‌ଜିଂ ନର୍ଗେଙ୍କ ଦେହାନ୍ତ ପରଠାରୁ ଏଭରେଷ୍ଟ ଦିବସ ପାଳିତ ହୋଇ ଆସୁଛି। ଏହି ଅବସରରେ ବିଶିଷ୍ଟ ପର୍ବତାରୋହୀ ଗଣେଶ ଚନ୍ଦ୍ର ଜେନା ସମସ୍ତ ପର୍ବତାରୋହୀ ଓ ଦୁଃସାହସିକ କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ହିଲାରୀ ଓ ନର୍ଗେଙ୍କ ଦୃଷ୍ଟାନ୍ତମୂଳକ ଉତ୍ସାହ ଓ ସାହସ ଅନେକଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ୨୦୨୨ ମୋ ଏଭରେଷ୍ଟ ଆରୋହରଣର ହେଉଛି ଏକାଦଶ ବର୍ଷ ଏବଂ ଏକମାତ୍ର ଭାରତୀୟ ଭାବେ ଏଭରେଷ୍ଟ ମାରାଥନରେ ଅଂଶଗ୍ରହଣ କରିବାରେ ମୋର ୮ମ ବର୍ଷ। ଏଭରେଷ୍ଟ ଶୃଙ୍ଗ ପ୍ରତି ମୋର ଭଲ ପାଇବା, ଆବେଗ ଓ ସମ୍ମାନ ସବୁବେଳେ ରହିଛି ଓ ରହିବ ବୋଲି ଗଣେଶ କହିଛନ୍ତି।

Share