ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି।
ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌ ହୋଇପଡ଼ିଛି। ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡରୁ ମାଟି ଅତଡ଼ା ଖସୁଥିବା ବେଳେ ଅଣ୍ଡାହଲ ଓ ମଦୁଲିପଡ଼ା ପଞ୍ଚାୟତବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପକ୍ଷେ  ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାରେ କାଙ୍ଗୁରୁ କଣ୍ଡା ପୋଲ ଉପରେ ୨ରୁ ୩ ଫୁଟ ପାଣି ଚାଲିଥିବା ବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଛି ।
ଅନ୍ୟପକ୍ଷେ କାଙ୍ଗୁରୁ କଣ୍ଡା ବ୍ରିଜ ମାଲକାନଗିରି ଏବଂ କାଲିମେଳାକୁ ବିଚ୍ଛିନ୍ନ କରିଦେଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ିଥିବା ଦେଖିବାକୁ ମିଳିଛି। ମାଲକାନଗିରି-ମୋଟୁ ଜାତୀୟ ରାଜପଥ-୩୨୬ ଅବରୋଧ ହୋଇଥିବା ବେଳେ  କନ୍ୟାଶ୍ରମ, କାଙ୍ଗୁରୁକୋଣ୍ଡା, ଏମ୍‌ଭି-୯୦, ପୋଟେରୁ ପୋଲ ଉପରେ ପାଣି ଚାଲିଛି।
Share