ଚର୍ଚ୍ଚାରେ ଶମିତା

ବଲିଉଡ୍‌ରେ ଭାଗ୍ୟ ଏବଂ ପରିଶ୍ରମ ଏକାସାଙ୍ଗରେ କାମ କରିଥାଏ। ସୁପରହିଟ୍‌ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଭାଗ୍ୟ ବେଳେ ବେଳେ ସାଥ୍‌ ଦେଇ ନ ଥାଏ। ଯେମିତିକି ଅଭିନେତ୍ରୀ ଶମିତା ଶେଟ୍ଟୀ। ଶମିତାଙ୍କ ବଡ଼ ଭଉଣୀ ଶିଳ୍ପା ଶେଟ୍ଟୀ ବଲିଉଡ୍‌ର ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ସେ ଅନେକ ବଡ଼ ବଡ଼ କଳାକାରଙ୍କ ସହ କାମ ମଧ୍ୟ କରିସାରିଛନ୍ତି। ଏହା ପରେ ଶମିତାଙ୍କୁ ବଡ଼ ପରଦାରେ ସୁଯୋଗ ମିଳିଥିଲା। ପ୍ରଥମ ଫିଲ୍ମ ‘ମହବତେ’ରେ ତାଙ୍କୁ ଶାହାରୁଖ୍‌ ଖାନ୍‌ଙ୍କ ସହ କାମ କରିବାର ସୁଯୋଗ ମିଳିଲା। କିନ୍ତୁ ପରେ ତାଙ୍କ କ୍ୟାରିୟର ଆଉ ସଫଳତାର ଶୀର୍ଷରେ ପହଞ୍ଚିପାରିଲା ନାହିଁ। ପ୍ରଥମ ଫିଲ୍ମ ପାଇଁ ଶମିତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ହେଲେ ଏବେ ଶମିତା ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏହି ଚର୍ଚ୍ଚା ତାଙ୍କର ଡିଜିଟାଲ କାମକୁ ନେଇ କରାଯାଉଛି। ଖୁବ୍‌ଶୀଘ୍ର ତାଙ୍କୁ ଏକ ଓ୍ବେବ୍‌ସିରିଜ୍‌ ‘ବ୍ଲାକ୍‌ ଓ୍ବିଡୋଜ୍‌’ରେ ଦେଖିବାକୁ ମିଳିବ। ଗତ ନଭେମ୍ବରରେ ଏହାର ଟ୍ରେଲର ରିଲିଜ୍‌ ହୋଇଥିଲା। ଏହି ଓ୍ବେବସିରିଜ୍‌ରେ ଶମିତାଙ୍କ ସହ ସ୍ବାସ୍ତିକା ମୁଖାର୍ଜୀ ଏବଂ ମୋନା ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଚଳିତ ମାସରେ ଏହା ପ୍ରସାରିତ ହେବାକୁ ଯାଉଛି।

Share