Categories: ବାଣିଜ୍ୟ

ଏଚ୍‌ଆଇଏଲ୍‌ର ନୂତନ ଉତ୍ପାଦ ରେଞ୍ଜ

ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଏବଂ ଅଗ୍ରଣୀ କଞ୍ଜୁମର ଡୁରାବଲ୍ସ ବ୍ରାଣ୍ଡ୍‌ ଲଏଡ୍‌ ଓ ହାଭେଲସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ ମେକ୍‌ ଇନ୍‌ ଇଣ୍ଡିଆ ରଣନୀତିକୁ ଅଧିକ ସୁଦୃଢ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତିଭିତ୍ତିକ ଦୃଷ୍ଟିକୋଣ ସମ୍ପର୍କରେ ଘୋଷଣା କରିଛି। ବିଶେଷକରି ବ୍ରାଣ୍ଡ୍‌ର ଲଏଡ୍‌ ଷ୍ଟେଲର ଓ ଷ୍ଟାଇଲିଶ ଏୟାର କଣ୍ଡିସନର ରେଞ୍ଚ ସହ ଅଗ୍ରଣୀ ରେଫ୍ରିଜରେଟର ରାପିଡ କୁଲ ଟେକ୍‌ନୋଲୋଜି ସହ ସଜ୍ଜିତ ହୋଇଛି। ମାତ୍ର ୨୯ମିନିଟ୍‌ରେ ବରଫ ଉପତ୍ାଦନ କରିବାକୁ ଏହା ସକ୍ଷମ ହୋଇଥାଏ। ତା ’ସହ ଅଟୋମାଟିକ ୱାଶିଂ ମେଶିନ ଓ ଗୁଗ୍‌ଲ କ୍ୟୁ ଏଲ୍‌ଇଡି ଟିଭି ବର୍ତ୍ତମାନ ୮୫ ଇଞ୍ଚ ଓ ୧୦୦ ଇଞ୍ଚ ମଡେଲ ବୈଶିଷ୍ଟ୍ୟତା ସହ ବଜାରରେ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଏଚ୍‌ଆଇଏଲ୍‌ର ଇଡି ଯୋଗେଶ କୁମାର ଗୁପ୍ତା କହିଛନ୍ତି, ଆଜି ହାଭେଲ୍ସ ମେକ୍‌ ଇନ୍‌ ଇଣ୍ଡିଆ ପଦକ୍ଷେପ ପ୍ରତି ସଜାଗ ରହି ତା’ର ପ୍ରତିବଦ୍ଧତାକୁ ଦର୍ଶାଇବା ସହ ଆମ ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବ୍ରାଣ୍ଡ୍‌ର ଉନ୍ନତ ଏସି, ୱାଶିଂ ମେଶିନ, ଟିଭି ଓ ରେଫ୍ରିଜରେଟର ସହ ଚଳିତ ବର୍ଷ ପାଇଁ ଆମର ଦୃଢ ଉପତ୍ାଦ ଲାଇନଅପ୍‌ ଉପସ୍ଥାପନ କରି ଆମେ ବେଶ୍‌ ଆନନ୍ଦିତ ଅଛୁ। ସେହିଭଳି ଲଏଡ୍‌ର ଇଭିପି ଆଲୋକ ଟିକା କହିଛନ୍ତି, ବ୍ରାଣ୍ଡ୍‌ ଉତ୍କର୍ଷ ଓ ନୂତନତାର ନିରନ୍ତର ପ୍ରଦର୍ଶନକୁ ଦର୍ଶାଇ ଆମେ ଭାରତର ପ୍ରଥମ ଡିଜାଇନର ଷ୍ଟେଲାର ଆଣ୍ଡ ଷ୍ଟାଇଲିଶ ଏସି ପରିସରକୁ ଉନ୍ମୋଚନ କରିଛୁ। ଏହି ପ୍ରିମିୟମ ଏସିଗୁଡ଼ିକ ଭାରତୀୟ ତଥା ବିଦେଶୀ ଗ୍ରାହକଙ୍କ ଲାଗି ଉପଯୁକ୍ତ ଷ୍ଟାଇଲ,କାର୍ଯ୍ୟଦକ୍ଷତା ଓ ପ୍ରଯୁକ୍ତିବିଦ୍ୟାକୁ ନେଇ ନିର୍ମିତ ହୋଇଛି। ସେହିପରି ଲଏଡ୍‌ର ଇଭିପି ରାଜେଶ ରାଠୀ କହିଛନ୍ତି, ବ୍ରାଣ୍ଡ୍‌ର ନୂତନ ଉତ୍ପାଦ (ନୂଆ ଉଦ୍ଭାବନ)ଗୁଡିକୁ ବଜାରକୁ ଆଣି ଆମେ ବେଶ୍‌ ଉତ୍ସାହିତ ଅଛୁ, ଯାହା ପ୍ରକୃତରେ ଶିଳ୍ପର ଏକ ନୂତନ ମାନଦଣ୍ଡ ସୃଷ୍ଟି କରିଛି।

Share