Categories: ଖେଳ

ସେମିଫାଇନାଲରେ ପହଞ୍ଚିଲେ ହିମା

ବର୍ମିଂହାମ୍‌, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ ସେ ତାଙ୍କ ହିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହିଟ୍‌ ନମ୍ବର-୨ରେ ହିମାଙ୍କ ସମେତ ୫ଜଣ ଭାଗ ନେଇଥିଲେ। ଏଥିରେ ଜାମ୍ବିଆର ରୋଡା ଏନ୍‌ଜୋବିଭୁ ୨୩.୮୫ ସେକେଣ୍ଡ ଟାଇମିଂରେ ଦ୍ୱିତୀୟ ଏବଂ ଉଗାଣ୍ଡାର ଜାସେଣ୍ଟ ନ୍ୟାମ୍‌ହୁଙ୍ଗେ (୨୪.୦୭) ତୃତୀୟ ସ୍ଥାନ ରହିଥିଲେ। ମହିଳା ୨୦୦ ମିଟର ଦୌଡ଼ରେ ୬ଟି ହିଟ୍‌ ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ୧୬ ଜଣ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।

Share